କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ବନ ମହୋତ୍ସବ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଥିବା କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଜଗଦୀଶ ମହାଙ୍କୁଡ଼ଙ୍କ ଅଧ୍ୟକ୍ଷତାରେ ଏକ ବନ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମ ରେ ମୁଖ୍ୟଅତିଥି ଭାବେ ରାଇକିଆ ଵନାଞ୍ଚଳ ଅଧିକାରୀ ମାଣିକେଶ୍ଵରୀ ପଟ୍ଟନାୟକ , ଅନ୍ୟତମ ଅତିଥି ଭାବେ ବନପାଳ ବିଷ୍ଣୁ ପ୍ରସାଦ ରଥ ଏବଂ ତାଙ୍କ ସହଯୋଗୀ ପ୍ରମୁଖ ଯୋଗ ଦେଇଥିଲେ। ଫୁଲବାଣୀ ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ମିଶି ବୃ୍ଷରୋପଣ କରିଥିଲେ । ବିଦ୍ୟାଳୟ ର କର୍ମଚାରୀ ବୃନ୍ଦ ମଧୁକର ପ୍ରଧାନ, ଅଲେଖ ପ୍ରଧାନ, କୁମାରୀ ଡେଜଲୀନ ପ୍ରଧାନ, ଦିବ୍ୟ ପ୍ରକାଶ ସlହୁ, ନରେଶ କହଁର, ତଥା ଜେଏନଭିପିଏଏ ର ସଦସ୍ୟ ଯଥା ବିପିନ ପ୍ରଧାନ, ଲଙ୍କେଶ୍ଵର କହଁର, ଦିଲୀପ ପ୍ରଧାନ, ସୁଶିଲ ପ୍ରଧାନ, ଅନିଲ ଦିଗାଲ, ମୃତ୍ୟୁଞ୍ଜୟ, ପିସାରା ମଲ୍ଲିକ, ବରୁଣ ପ୍ରଧାନ, ଅରବିନ୍ଦ, ଦୂର୍ଯ୍ୟ ମୁଠା ମାଝୀ, ସଞ୍ଜୟ ସିଂ, କୁମାରୀ ହେମାମାଳିନୀ ପ୍ରଧା , ଜେଏନଭିପିଏଏର ସଭାପତି ସୁର ପ୍ରସାଦ ନାୟକ ତଥା ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ବୃ୍ଷରୋପଣ କାର୍ଯକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ବିଦ୍ୟାଳୟ ରେ ୧୫୦ ଟି ବିଭିନ୍ନ ପ୍ରଜାତି ର ବୃକ୍ଷ ଯଥା ଦେବଦାରୁ, କଦମ୍ବ, ଗୁଆ, ଶିଶୁ, କରଞ୍ଜ, ଆମ୍ବ, ଅଅଁଳା, ଡାଳିମ୍ବ, ହରିଡା ଇତ୍ୟାଦି ଗଛ ରୋପଣ କରାଯାଇଥିଲା। ଅପରାହ୍ନ ରେ ସାଂସ୍କୃତିକ କାର୍ଯକ୍ରମର ଆୟୋଜନ କରା ଯାଇଥିଲା ଏବଂ ଜେଏନଭିପିଏଏର ଛାତ୍ରଛାତ୍ରୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇ କାର୍ଯକ୍ରମକୁ ସମ୍ପାଦନ କରିଥଲେ ।