କଳିଙ୍ଗ ସେନା ପକ୍ଷରୁ ଓଡ଼ିଆ ନବବର୍ଷ
ବାଲେଶ୍ୱର, (ସରୋଜ ପଣ୍ଡା) :-କଳିଙ୍ଗ ସେନା ପକ୍ଷରୁ ମହା ବିଷୁବ ସଂକ୍ରନ୍ତି ଅବସରରେ ଓଡିଆ ନବବର୍ଷ ଗାନ୍ଧୀସ୍ମୃତି ଭବନ ସମ୍ମୁଖରେ ପାଳିତ ହୋଇଯାଇଛି । ବିରଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ ସହ ଉତ୍କଳୀୟ ନବବର୍ଷକୁ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ସଂଗଠନର ରାଜ୍ୟ ସମ୍ପାଦକ ସନ୍ତୋଷ ନାୟକଙ୍କ ନେତୃତ୍ୱରେ ବହୁ ସଦସ୍ୟ ଉପସ୍ଥିତ ରହି ସେଠାରେ ଦହି ସରବତ ବଣ୍ଟନ କରିଥିଲେ । ଏଥି ସହିତ ଖରାରୁ ରକ୍ଷା ପାଇଁ ଗରିବ, ଅସହାୟ, ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଟୋପି, କଳା ଚଷମା, ଗାମୁଛା ପ୍ରଭୃତି ପ୍ରଦାନ କରାଯାଇଥିଲା । ଅସଂଗଠନର ଜିଲା ସଭାପତି ଲକ୍ଷ୍ମଣ କୁମାର ବିଶ୍ୱାଳ, ଦୀନେଶ ଚନ୍ଦ୍ର ବିଶୋଇ, ସୁନୀତା ପଣ୍ଡା, କେଦାର ନାଥ ପରିଡ଼ା, ସୁବ୍ରତା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।


