କଷାଫଳ କ୍ଲଷ୍ଟରରେ ସୁରଭି ପ୍ରୋଗ୍ରାମ ପାଳନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସଦର ବ୍ଲକ ଅନ୍ତର୍ଗତ କଷାଫଳ କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଭଗବାନ ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାପନ ହୋଇଛି । କ୍ଲଷ୍ଟରର ସିଆରସିସି ତଥା ସାହିତ୍ୟିକ ମଧୁସୂଦନ ମାଝୀ ଉକ୍ତ ସୁରଭି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କଷାଫଳ ଗ୍ରାମପଞ୍ଚାୟତର ସରପଞ୍ଚ ବିଜୟ କୁମାର ଭୂୟାଁ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରେମୁଣା ଇସ୍କନର ସହସଂପାଦକ ଶ୍ରୀପାଦ ପ୍ରବୀଣ କୃଷ୍ଣ ଦାସ, ସମ୍ମାନୀତ ଅତିଥି ଭାବେ ଶ୍ରମିକ ନେତା ତଥା ସିଆସିସି ବିଶ୍ୱନାଥ ରଣା, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମୀନା କୁମାରୀ ଦାସ, ପୂର୍ବତନ ସରପଞ୍ଚ ଶିବାନନ୍ଦ ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଭୈରବ ବେହେରା, ପୂର୍ବତନ ଶିକ୍ଷକ ସୁଶାନ୍ତ କୁମାର ଗିରି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଭୀମ ଚରଣ ସାହୁ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ଶିକ୍ଷକ ପ୍ରେମାନନ୍ଦ ପାତ୍ର ଓ ପ୍ରମୋଦ କୁମାର ମାରାଣ୍ଡି ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ବିଚାରକ ଭାବେ ବିଭିନ୍ନ ଇଭେଣ୍ଟରେ ତପସ୍ୱନୀ ପାତ୍ର, ମଙ୍ଗୁଳି ମୁର୍ମୁ, କାପୁରା ଟୁଡୁ, ପ୍ରଦୀପ କୁମାର ପାତ୍ର, ସୁଦର୍ଶନ ସିଂ, ସୁବ୍ରତ କୁମାର ବାଗ୍‌, ଅନୁକୂଳ ଜେନା, ବିଜୟ କୁମାର ମଣ୍ଡଳ, ରେବତୀ ବାରିକ, ସାଧୁଚରଣ ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶିକ୍ଷକ ପୁରୁଷୋତ୍ତମ ସେଠୀ ଓ ଶିକ୍ଷୟିତ୍ରୀ ମିନତୀ ମଣ୍ଡଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । କୃତୀ ଛାତ୍ର ପଙ୍କଜ କୁମାର ମଣ୍ଡଳଙ୍କୁ ପୁରସ୍କାର ଦିଆଯାଇଥିଲା । ସିନିୟର ଗ୍ରୁପର ୭ ଜଣ ଛାତ୍ରଛାତ୍ରୀ ବ୍ଲକ ସ୍ତରକୁ ଯିବା ପାଇଁ ସଫଳ ହୋଇଛନ୍ତି । ସେହିପରି ଜୁନିୟର ଗ୍ରୁପରେ ୮ ଜଣ ଛାତ୍ରଛାତ୍ରୀ ଓ କଷାଫଳ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବ୍ଲକସ୍ତରକୁ ଯିବା ପାଇଁ ମନୋନୀତ ହୋଇଛନ୍ତି ବୋଲି ଜଣାପଡିଛି । ଏଥିରେ ନିମାଇଁ ଲାଲ ବେହେରା, ସୁଶ୍ରୀନିନି ମାଝୀ, ଶ୍ୟାମ ମାଝୀ, ରଞ୍ଜନ ପାତ୍ର, ଗୋପାଲ ଦାସ, ଘନଶ୍ୟାମ ମାରାଣ୍ଡି, ଅଭୟ ପ୍ରସାଦ ଗିରି, ସୌମ୍ୟରଞ୍ଜନ ନାୟକ, ଶରତ ବେହେରା, ନିରଞ୍ଜନ ମାଝୀ, ବଂଶୀଧର ମହାନ୍ତି, କହ୍ନେଇ ଚରଣ ଖଟୁଆ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ