କସ୍ତୁରୀବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ନିରାପତ୍ତା ସୁରକ୍ଷା କମିଟି ଗଠନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡ଼ା ସ୍ଥିତ କସ୍ତୁରିବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ର ନିରାପତ୍ତା ଛାତ୍ରୀ ମାନଙ୍କ ସୁରକ୍ଷା ନେଇ ଏକ କମିଟି ଗଠନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅଞ୍ଜନା କୁମାରୀ ଦେବୀ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସି ଆର ସି ସି ତୋଫାନ ପାତ୍ର,ସ୍କୁଲ ପରିଚାଳନା ସଭାପତି ଶରତ ଚନ୍ଦ୍ର ସ୍ବାଇଁ, ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ବାହନ ଦାସ,ଫାଣ୍ଡି ଅଧିକାରୀ ଯୋଗ ଦେଇ ଆବାସିକ ବାଳିକା ବିଦ୍ୟାଳୟ ର ନିରାପତ୍ତା ଛାତ୍ରୀ ମାନଙ୍କ ସୁରକ୍ଷା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ପରିଚ୍ଛନ୍ନ ମଧ୍ୟାହ୍ନ ଭୋଜନ ପାନୀୟ ଜଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଚାରୁ ରୁପେ କିଭଳି ପରିଚାଳା କରାଯାଇ ଭଲ ଭାବେ ଉପଯୁକ୍ତ ଶିକ୍ଷା ଦାନ କରାଯାଏ ପାରିବ ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାଗିଲି ନାୟକ ଅନ୍ନପୂର୍ଣ୍ଣା ପାଢ଼ୀ,ସୁନିଲ କୁମାର ପ୍ରଧାନ,ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି ସୁପରଭାଇଜର , ଆଶା କର୍ମୀ,ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନା ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ