କହ୍ନେଇପୁର-ସନ୍ୟାସପୁର ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ରାସ୍ତା ଅବରୋଧ ନେଇ ଥାନାରେ ଏତଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଣ୍ଡିଆପଲ୍ଲୀ ରାଜସ୍ୱ ଗ୍ରାମର ଅଧିବାସୀଙ୍କ ପକ୍ଷରୁ କହ୍ନେଇପୁର-ସନ୍ୟାସପୁର ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସମ୍ମୁଖ ଏବଂ ପଛପାଶ୍ୱର୍ ରାସ୍ତା ଅବରୋଧ କରାଯାଇ ଅତ୍ୟନ୍ତ ପୂତିଗନ୍ଧ ମୟ ପରିବେଶ ସୃଷ୍ଟି କରାଯାଇଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସେହି ସ୍କୁଲରେ କହ୍ନେଇପୁର, ସନ୍ୟାସପୁର ଓ ଚଣ୍ଡିଆପଲ୍ଲୀ ଗ୍ରାମର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟର ପୂର୍ବ ଦିଗରେ ଗ୍ରାମର ଗ୍ରାମଦେବତୀ ମା’ ମଙ୍ଗଳାଙ୍କ ମନ୍ଦିର ଅବସ୍ଥିତ । ଏକ୍ତ ୩ଟି ଗ୍ରାମର ଏକମାତ୍ର ଗ୍ରାମ ଦେବତୀ ହୋଇଥିବାରୁ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟଷ୍କ ପର୍ଯ୍ୟନ୍ତ ସମସ୍ତେ ବିଦ୍ୟାଳୟ ପଛପାଶ୍ୱର୍ ରାସ୍ତା ଦେଇ ମନ୍ଦିରକୁ ଯାଇଥାନ୍ତି । କିନ୍ତୁ ସେହି ରାସ୍ତାକୁ ଗ୍ରାମର ଅନନ୍ତ ଚରଣ ବେହେରା, ଧନେଶ୍ୱର ବେହେରା, ଗଗନ ବେହେରା ପ୍ରମୁଖ ଅବରୋଧ କରି ସେହି ରାସ୍ତା ଉପରେ ଗାଇ ଗୋରୁ ବାନ୍ଧିବା ଦ୍ୱାରା ସେହି ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଓ ସେଠାରେ ଅତ୍ୟନ୍ତ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ସରକାର ସ୍ୱଛ ପରିବେଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏକ ଧାର୍ମିକ ପୀଠ ଓ ବିଦ୍ୟାଳୟ ଭଳି ଅନୁଷ୍ଠାନର ପରିବେଶକୁ ଦୂଷିତ କରିବା ସହ ସରକାରୀ ଅର୍ଥରେ ନିର୍ମାଣ କରାଯାଇଥିବା ଢଳେଇ ରାସ୍ତାକୁ ନଷ୍ଟ କରି ଅପୂରଣୀୟ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାନାମ୍ବର ବେହେରା, ଦିଲ୍ଲିପ କୁମାର ନାୟକ, ଶତୃଘନ ନାୟକ, ସନ୍ତୋଷ କୁମାର ବେହେରା, ପୂଜାରାଣୀ ନାୟକ, ରଞ୍ଜିତା ନାୟକ, ବ୍ରହ୍ମାନନ୍ଦ ସାମଲ, ସୁଧିର ବେହେରା, ବାବାଜୀ ଚରଣ ବେହେରା, ରମେଶ ପ୍ରଧାନ ପ୍ରମୁଖ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି । ଏଥିସହିତ ଏହି ଅଭିଯୋଗ ଉପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଏହି ଅଭିଯୋଗର ନକଲ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ