କାକଟପୁରରେ ଗୋଚାଲାଣକାରୀ ସକ୍ରିୟ , ରାତିଅଧରେ ଷଣ୍ଢକୁ ଉଠେଇନେବାକୁ ଉଦ୍ୟମ

ନିମାପଡା (ସନ୍ତୋଷ ଦାଶ ): ପୁରୀଜିଲ୍ଲା କାକଟପୁର ଓ ଏହାର ଆଖପାଖ ଅଞ୍ଚଳରେ ଗୋଚାଲାଣକାରୀ ମାନେ ସକ୍ରିୟ ହୋଇପଡିଥିବାବେଳେ ଏହା ଉପରେ କୌଣସି ରୋକ ଲଗାଯାଇନଥିବାରୁ ସେମାନେ ଦିନକୁଦିନ ଖୁଲୁମଖୁଲା ଭାବରେ ବୁଲା ଗୋରୁଗାଇ ସମେତ ବୁଲାଷଣ୍ଢ ମଧ୍ୟ ଏଥିରୁ ବାଦ ପଡ଼ିନଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛିଯେ କାକଟପୁର ନିକଟସ୍ଥ କନ୍ଦଳପୁର ଗ୍ରାମ ନିକଟରେ କିଛି ଦୁର୍ବୁତ୍ତ ଏକ କଳା ଷଣ୍ଢକୁ ରଶିରେ ବାନ୍ଧି ଗାଡିକୁ ଉଠାଉଥିବାବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ । ଗ୍ରାମବାସୀଙ୍କୁ ଦେଖି ଦୁର୍ବୁତ୍ତ ମାନେ ଖସି ପଳାଇଥିବାବେଳେ କୌଣସି ମତେ ନିରୀହ ଷଣ୍ଢ ଟି ସେମାନଙ୍କ କବଳରୁ ବର୍ତ୍ତି ଯାଇଥିଲା । ଅପର ପକ୍ଷରେ କାକଟପୁର ମେଡିକାଲ ଛକ ନିକଟରେ ଗୋଚାଲାଣ କାରୀ ମାନେ ଗତ ଦୁଇଦିନ ତଳେ ଏକ ବୁଲା ଷଣ୍ଢର ବେକରେ ରଶି ବାନ୍ଧି ଘୋଷାଡ଼ି ନେଉଥିବାବେଳେ ହଠାତ ପୋଲିସ ପହଂଚିଯିବାରୁ ଦୁର୍ବୁତ୍ତ ମାନେ ଖସି ପଳାଇଥିଲେ। ପୋଲିସଙ୍କ ଯୋଗୁଁ ଷଣ୍ଢ ଟି ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଗୋରୁ ଓ ଷଣ୍ଢ ଚାଲାଣ କାରୀଙ୍କ ଏତାଦୃଶ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି ଜିଲ୍ଲା ଗୋ ସୁରକ୍ଷା ସଂକୁଳ ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ। ଏହି ଗୋଚାଲାଣ କାରୀଙ୍କ ଚେର ଜିଲ୍ଲାରୁ ଜିଲ୍ଲାକୁ ନୁହେଁ ଆନ୍ତଃରାଜ୍ୟ ଗୋଚାଲାଣ କାରୀଙ୍କ ପର୍ଯ୍ୟନ୍ତ ବ୍ୟାପିଛି ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି ଯେ,ସ୍ଥାନୀୟ ପୋଲିସ ପ୍ରଶାସନ ଗୋସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେଇ ଗୋସମ୍ପଦ କୁ ବଞ୍ଚାଇ ରଖିବା ପାଇଁ ସାଧାରଣରେ ଦୃଢ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ