କାକଟପୁର ବ୍ଲକ ର ୧୦ ସ୍କୁଲ ର ଭିତ୍ତିଭୂମିର ଅନୁଧ୍ୟାନ କଲେ ମନ୍ତ୍ରୀ

ନିମାପଡା, (ସନ୍ତୋଷ ଦାଶ):ଆଜି କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବବ୍ୟାପାର ଓ ଆଇ ଟି ମନ୍ତ୍ରୀ ଶ୍ରୀତୁଷାର କ୍ରାନ୍ତି ବେହେରା ନିଜ ନିର୍ବାଚନ ମଣ୍ଡଳୀ ପୁରୀ ଜିଲ୍ଲା ର କାକଟପୁର ବ୍ଲକ ଅଂଚଳ ଗ୍ରସ୍ତକରି 5t ଅଧୀନରେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ପାଟପୁର ର ବରୁଣେଇ ବିଦ୍ୟାପୀଠ, ବାଲିଦୋକାନ ର ବଟେଶ୍ୱର ବିଦ୍ୟାପୀଠ ପ୍ରଭୁତି ୧୦ଟି ବିଦ୍ୟାଳୟ ଗ୍ରସ୍ତକରି ବିଭିନ୍ନ ବିଦ୍ୟାଳୟର ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ l ଏଥିସହ ବିଭିନ୍ନ ସ୍କୁଲ ର ସମସ୍ୟl ସମ୍ପର୍କରେ ସ୍ଥାନୀୟ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ଏହି ସ୍କୁଲ ଗୁଡିକର ଭିତ୍ତିଭୂମି ବିକାଶ ସହ ସ୍ମାର୍ଟ କ୍ଲାସ ରୁମ, ଇ ଲାଇବ୍ରେରୀ ଭଳି ଅତ୍ୟାଧୁନିକ ସୁବିଧା ଛାତ୍ର ଛାତ୍ରୀ ମାନେ ପାଇବେ ଓ ଏଥି ସହ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧିପାଇବ ବୋଲି ମନ୍ତ୍ରୀ କହିଥିଲେ । ବେସରକାରୀ ବିଦ୍ୟାଳୟ ଠାରୁ ମୁହଁ ଫେରାଇ ଅଭିଭାବକ ମାନେ ନିଜ ନିଜ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟ ରେ ଯେପରି ନିଜ ନାମ ଲେଖାଇବାକୁ ମନ ବଳାଇବେ ସେ ଦିଗରେ କାର୍ଯ୍ୟ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବାରୁ ଅଧିକାଂଶ ବିଦ୍ୟାଳୟ ର ଉନ୍ନତି କରଣ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ