କାଞ୍ଚନ ଫାଉଣ୍ଡେସନର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ କାଞ୍ଚନ ଫାଉଣ୍ଡେସନର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଜୟଦେବର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କାଞ୍ଚନ ଫାଉଣ୍ଡେସନ ଏଭଳି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ଆହୁରି ଅନେକ ଜନହିତକର କାର୍ଯ୍ୟକ୍ରମ ଜରିଆରେ ସମାଜରେ ଲୁକ୍କାୟିତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଶକ୍ତି କାଞ୍ଚନ ଫାଉଣ୍ଡେସନ ପାଖରେ ଅଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ ପାଇକରାୟ ଏବଂସମାଜସେବୀ ଶୁଭଶ୍ରୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ କାଞ୍ଚନ ଫାଉଣ୍ଡେସନର ସ୍ୱତନ୍ତ୍ର ଲୋଗ, ବାର୍ଷିକ ବିବରଣୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟ କରୁଥିବା ପ୍ରତିଭାମାନଙ୍କୁ କାଞ୍ଚନ ଯୁବ ସ୍ୱେଚ୍ଛାସେବୀ ସମ୍ମାନ, କାଞ୍ଚନ ସାମାଜିକ ଅନୁଷ୍ଠାନ ସମ୍ମାନ ଏବଂ କାଞ୍ଚନ ସମ୍ମାନ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ଶୁଭୋଜିତ୍ ପଣ୍ଡା ମଞ୍ଚ ପରି•ଳନା କରିଥିବା ବେଳେ ବିଶ୍ୱଜିତ୍ ସାମନ୍ତରାୟ, କାମିନୀ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରି•ଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷାବିତ୍ ଜିତ୍ ପ୍ରସାଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।