ବିଜେଡିରେ ନୂଆଁ ମୁହଁକୁ ବିଭନ୍ନ ପଦପଦବୀରେ ଥଇଥାନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ବିଜେଡିର ଗଡ ଭାବେ ପରିଚିତ ଥିବା ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅନୁମୋଦନକ୍ରମେ ଦଳରେ କିଛି ନୂଆଁ ମୁହଁକୁ ବିଭନ୍ନ ପଦପଦବୀରେ ଥଇଥାନ କରାଯାଇଛି । ଦଳର ନୂତନ ଉପସଭାପତି ରୁପେ ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଡଃ. ଭଗବାନ ଗନ୍ତାୟତଙ୍କୁ ଥଇଥାନ କରାଯାଇଛି । ସେହିପରି ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦିଲ୍ଲୀପ କୁମାର ଦାସ, ସର୍ବେଶ୍ୱେର ରାଓ , ଦଳର ପୁରୁଣା ନେତା ସନ୍ତୋଷ କୁମାର ସୁବୁଦ୍ଧିଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି । ସେହିପରି ସାଧାରଣ ସଂପାଦକ ଭାବେ ସୁରେନ୍ଦ୍ର ନାଥ ସାହୁ, ଶ୍ରମିକ ନେତା ପ୍ରମୋଦ କୁମାର ସାହୁ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ. କମ୍ବୁପାଣି ସାହୁ, ଶ୍ୟାମାପ୍ରସାଦ ମିଶ୍ର, ଅପସରପ୍ରାପ୍ତ ପୁଲିସ ଅଧିକାରୀ ତପନ କୁମାର ପାଢୀ, ନେଭିର ୍ବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ଯୁବନେତା କେ. ଅନିଲ କୁମାର , ପୋଡାମାରୀ ଯୁବରାଜ ବୀରକିଶୋର ଦେବ, କୋଦଳାର ସମାଜସେବୀ ହର ସାହୁ ପ୍ରମୁଖଙ୍କୁ ନିଆଯାଇଛି । ସେହିପରି ସଂପାଦକ ଭାବେ ପି.ଶୁସାନ୍ତ ଓ ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ ନିଆଯାଇଥିବା ଜଣାପଡିଛି । ଦଳକୁ ଆହୁରୀ ଅଧିକ ଲୋକାଭିମୁଖୀ କରିବା ସହ ସଭ୍ୟ ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଦଳରେ ପର୍ବରୁ ଅନେକ ପଦପଦବୀ ଥିବାବେଳେ ଏମାନଙ୍କ ଯୋଗଦାନ ଦଳକୁ ଆହୁରୀ ଶକ୍ତିଶାଳି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ