କାଟୁ ଯାତ୍ରାରେ ମନ୍ତ୍ର ମୁଗ୍ଧ କଲା : ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଂସ୍କୃତିକ ସଂଧ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଚଳିତ ବର୍ଷ କାଟୁ ଯାତ୍ରାର ସୋମବାର ଉଦଯାପନୀରେ ସାଂସ୍କୃତିକ ସଂଧ୍ୟା ଦର୍ଶକ ଙ୍କ ମନକୁ ମୋହିତ କରିଛି । ଅଞ୍ଚଳରେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି କଳାମନ୍ଦିର ଓଡିଶୀ, ଶାସ୍ତ୍ରୀୟ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ କ୍ଷେତ୍ରରେ ଗବେଷଣା ସହ ଶତାଧିକ କୃତି କଳାକାର ତିଆରି ଅନୁଷ୍ଠାନ ଭାବେ ରାଜ୍ୟରେ ପ୍ରତିଷ୍ଠିତ।  ତବଲା, ମୃଦଙ୍ଗ ବାଦକ ୯୦ ବର୍ଷୀୟ ଗୁରୁ ଭୁବନେଶ୍ୱର ସେନାପତି, ଗୁରୁ ସତ୍ୟ ନାରାୟଣ ସାହୁ ଙ୍କ ପରିଚାଳନାରେ  ସୋମବାର ସନ୍ଧ୍ୟାରେ ଜଗନ୍ନାଥ ମାର୍ଗ କୋଠଘର ନିକଟରେ କୁନି କଳାକାର ଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ରା କାଟୁ ଯାତ୍ରା ର ପ୍ରମୁଖ ଆକର୍ଷଣ ସାଜିଥିଲା । ପୌର  ଅଧ୍ୟକ୍ଷ ସୁୁବାସ ଚନ୍ଦ୍ର ପଲେଇ,  ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,   ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ,  ପ୍ରେସ କ୍ଲବ ହିଞ୍ଜିଳିକାଟୁ ସମ୍ପାଦକ ଦ୍ବିତୀକୃଷ୍ଣ ପଣ୍ଡା, ରଙ୍ଗଣୀ ବାଡ଼ ଯାତ୍ରା ଅଧିକାରୀ  ବଂଶୀଧର ସାହୁ, ମ୍ୟାନେଜର  ଶରତ ସାହୁ ଯୋଗ ଦେଇଥିଲେ । ଏଥିରେ ବର୍ଷୀୟାନ  ଗୁରୁ ଭୂବନେଶ୍ୱର ସେନାପତିଙ୍କ ସୁଲଳିତ କଣ୍ଠରେ ଶ୍ରୀ ଗଣେଶ ବନ୍ଦନା ସହ ଗୀତ ଗୋବିନ୍ଦରୁ ଶ୍ରୀ ଜଗନ୍ନାଥ ଜଣାଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ।  ମଞ୍ଚ ଉପରେ ଓଡ଼ିଶୀ ସଙ୍ଗୀତ ଗବେଷକ ଗୁରୁ ନରସିଂହ ସାହୁ, ଗୁରୁ ରମାକାନ୍ତ ସାହୁ, ଗୁରୁ ମାନସ ରଞ୍ଜନ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଗୁରୁ ସତ୍ୟନାରାୟଣ ସାହୁ, ଗୁରୁ ଲିଙ୍ଗରାଜ ସେନାପତି, ଗୁରୁ ଦିଲ୍ଲିପ କୁମାର ସାହୁ, ରମାକାନ୍ତ ସାହୁ ଉପସ୍ଥିତ ଥିଲେ ।  ଅତିଥି ଓ ଗୁରୁ ମାନଙ୍କୁ ଉପଢୌକନ ଦ୍ଵାରା  ସମ୍ବର୍ଦ୍ଧିତ  କାର୍ଯ୍ୟକ୍ରମକୁ  ନିରଞ୍ଜନ ସାହୁ ପରିଚାଳନା  କରିଥିଲେ। କୁନି  ଶିଶୁକଳାକାରଙ୍କ ଦ୍ଵାରା ଗୁରୁ ବନ୍ଦନା ସଙ୍ଗୀତ ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦୀର୍ଘ ୩ ଘଣ୍ଟା ଧରି  ଓଡ଼ିଶୀ ନୃତ୍ୟ, ଯନ୍ତ୍ର ସଙ୍ଗୀତ ଇତ୍ୟାଦିର ପରିବେଷଣ ଶହ ଶହ  ଯାତ୍ରା ପ୍ରେମୀଙ୍କ ମନ ମୋହିଥିଲା।ବଣିକ ସଂଘ ସଭାପତି ତଥା ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଶ୍ୱମ୍ବର ସାହୁ, ଶିକ୍ଷକ ଅଖିଳ କୁମାର ପଣ୍ଡା, ପର୍ଶୁରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ   ସହଯୋଗ କରିଥିଲେ। ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ