କାଟ୍ ଫାଇନାନ୍ସର ପ୍ରଥମ ଶାଖା ଭାରତରେ ଉନ୍ମୋଚିତ
ଇାଙ୍ଗାଲୋର : କାଟରପିଲ୍ଲର ଇଙ୍କ୍ର ସମ୍ପୁର୍ଣ୍ ସହାୟକ କମ୍ପାନୀ କାଟରପିଲ୍ଲର୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (କାଟ୍ ଫାଇନାନ୍ସିଆଲ୍ ଇଣ୍ଡିଆ) ପକ୍ଷରୁ ଭାରତରେ ଏହାର ବ୍ୟବସାୟ ଆରମ୍ଭ ସମ୍ପର୍କରେ୍ ଘୋଷଣା କରାଯାଇଛି । କାଟରପିଲର୍ ଇଙ୍କ୍ର ଦୁଇଟି ଭାରତୀୟ ଡିଲର୍ ଜିମକୋ ଲିମିଟେଡ୍ ଏବଂ ଗେନ୍ୱେଲ୍ କୋମୋସେଲ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ସହାୟତାରେ କାଟ୍ ଫାଇନାନ୍ସିଆଲ୍ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ଓପରେସନ୍ ଆରମ୍ଭ କରିଛି । ଭାରତୀୟ ଗ୍ରାହକମାନଙ୍କୁ ନିର୍ମାଣ ଉଦ୍ୟୋଗ କ୍ଷେତ୍ରରେ ନିଜର ବ୍ୟବସାୟ ପ୍ରସାରିତ କରିବା ଏବଂ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ଆର୍ଥର୍ିକ ସହାୟତା ଯୋଗାଇବା ହିଁ କାଟ୍ ଫାଇନାନ୍ସିଆଲ୍ ଇଣ୍ଡିଆର ମୁଳ ଲକ୍ଷ୍ୟ । ଭାରତରେ ଆମର ଏହି ନୁତନ ଅଫିସ୍ କେବଳ ଯେ କାଟରପିଲ୍ଲର୍ର ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିବ ତାହା ନୁହେଁ ଏହା ଭାରତରେ ନୁତନ ସୁଯୋଗ ସୃଷ୍ଟି କରି ଉତ୍ତମ ଆର୍ଥିକ ସହାୟତା ଯୋଗାଇବାରେ ମଧ୍ୟ ସହାୟକ ହେବ ହୋଲି କାଟରପିଲ୍ଲର୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ଏସିଆ ପ୍ୟାସିଫିକ୍ ଭାଇସ୍ ୍ରପ୍ରେସିଡେଣ୍ଟ ସେଏଲି ବ୍ୟାରେଟ୍ କହିଛନ୍ତି । ଏହି ଉନ୍ମୋଚନ ଅବସରରେ କାଟରପିଲ୍ଲର୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର କ୍ରୀଷ୍ଟୋଫର୍ ଲି ଫରାର୍ ସୁଚନା ଦେଇ କହିଛନ୍ତି ଯେ: ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ନିର୍ମାଣ ଏବଂ ଅନ୍ତର୍ନିର୍ମାଣ ହେଉଛି ଦୁଇଟି ମହତ୍ୱପୁର୍ଣ କ୍ଷେତ୍ର । ତେଣୁ ଏହି କ୍ଷେତ୍ରକୁ ଅଧିକରୁ ଅଧିକ ସୁଦୃଢ କରିବା ସହ ଆମର ଉପସ୍ଥିତ ଗ୍ରାହକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରଣ କରିବାରେ ସହାୟକ ହେବ କାଟ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ । ବିଭିନ୍ନ ଆର୍ଥିକ ବିକଳ୍ପ ଏବଂ ସ୍ୱତନ୍ତ୍ର ସେବା ସହିତ କାଟ୍ ଫାଇନାନ୍ସିଆଲ୍ ଇଣ୍ଡିଆ ଆମର ଗ୍ରାହକ ମାନଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ଆର୍ଥିକ ସହାୟତା ଦିଆଯିବ । ଯାହାଦ୍ୱାରା ଗ୍ରାହକମାନେ ସହଯରେ କାଟରପିଲ୍ଲର୍ର ବିଭିନ୍ନ ଉନୋଭେଟିବ୍ ପ୍ରଡକ୍ଟ ବା ମେସିନ୍ ଗୁଡିକ କ୍ରୟ କରିପାରିବେ ବୋଲି ଜିମକୋ ଲିମିଟେଡ୍ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଏବଂ ସିଇଓ ଚନ୍ଦ୍ରଶେଖର ଭି. ଏବଂ ଗେନ୍ୱେଲ୍ କୋମୋସେଲ୍ସ୍ ପ୍ରାଇଭେଟ୍ ଲିମିଟେଡ୍ର ଚେୟାରମ୍ୟାନ୍ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ସୁନୀଲ୍ କୁମାର ଚତୁରବେଦି ସୁଚନା ଦେଇଛନ୍ତି । ସାରା ବିଶ୍ୱରେ ଥିବା କାଟ୍ ଫାଇନାନ୍ସର ବିଭିନ୍ନ ଶାଖା ମଧରୁ ବାଙ୍ଗାଲୋର ଶାଖା ହେଉଛି ୪୧ ତମ ।