କାଠଯୋଡି ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ : ହସ ଖୁସିରେ ମୋଟର ଗାଡିରେ ଯାତ୍ରା କରୁଥିଲେ ଦମ୍ପତି । କିନ୍ତୁ କୈାଣସି ଘଟଣାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ହଠାତ୍ ସ୍ତ୍ରୀ ସମ୍ମୁଖରେ କଟକ ଜିଲ୍ଲା କାଠ ଯୋଡି ନଦୀ ପୋଲ ଉପରୁ ସ୍ୱାମୀ ଆତ୍ମହତ୍ୟା କରିବା ନଦୀ ଭିତରକୁ ଡେଇଁ ପଡିଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟଜାରିରଖି୍ଥିବା ବେଳେ ପୋଲିସ ମା ଓ ପୁଅକୁ ଥାନାକୁ ନେଇ ପଚାରା ଉଚାରା କରୁଛି ।