କାଠ ଓ ପଥରରେ ମାଁଙ୍କ ପ୍ରତିମୂର୍ତ୍ତି ବନାଇଲେ ସତ୍ୟ ମହାରଣା
ବ୍ରହ୍ମପୁର,(ଅନିଲ କୁମାର): ବାଲୁକା ଶିଳ୍ପୀ ସତ୍ୟ ମହାରଣା ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି କାଠ ଓ ପଥରରେ ମାଁ ଠାକୁରାଣୀଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୂତି କରିଛନ୍ତି । ସେ ୯ ମିଲିମିଟର ଉଚ୍ଚତା ବିଶିଷ୍ଟ ମାଁଙ୍କ ଏକ ପଥର ମୂର୍ତ୍ତି ଓ ୫ ମିଲି ମିଟିର, ୧ ସିଏମ୍, ୨.୩ ସିଏମ୍, ୨.୫ ସିଏମ୍ ଓ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ କାଠ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତି ଗୁଡ଼ିକୁ ନେଇ ସେ ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଭକ୍ତଙ୍କ ପାଇଁ ସେ ଏପରି ମାଁଙ୍କ ମୂର୍ତ୍ତି ପ୍ରସ୍ତୂତ କରି ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।


