କାଠ ବୋଝେଇ ପିକପ୍ ଭ୍ୟାନ ଜବଦ କଲା ଘଟଗାଁ ବନ ବିଭାଗ

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଟୋଲଗେଟ ନିକଟରୁ ବନ ବିଭାଗ ଏକ କାଠ ବୋଝେଇ ପିକପ୍ ଭ୍ୟାନ ଜବଦ କରିଛି । ମିଳିଥିବା ସୂଚନା ଅନୁଯାୟୀ କାଠ ମାଫିଆ ମାନେ କାଠ ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗ କୈଣସି ସୂତ୍ରରୁ ଖବର ପାଇ ଢେଙ୍କିକୋଟ ଟୋଲଗେଟ ନିକଟରେ ଆଜି ବନ ବିଭାଗ କର୍ମଚାରୀ ମାନେ ଜଗିରହିଥିଲେ । କାଠ ବୋଝେଇ ପିକପ୍ ଭ୍ୟାନ ଟୋଲଗେଟ ନିକଟରେ ପହଂଚିବା ପରେ ବନ ବିଭାଗ ଗାଡିଟିକୁ ଧରିବାରେ ସଫଳ ହୋଇଥିବା ବେଳେ ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଘଟଣାସ୍ଥଳରୁ କେବଳ କାଠ ଗାଡି ଜବଦ କରାଯାଇଛି । ତେବେ ଜବତ କାଠ ଗୁଡିକର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଘଟଗାଁ ରେଞର ପ୍ରଭାର କୁଅଁର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ