କାଠ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ୫ ଜଣ ଗିରଫ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ):କୋରାପୁଟ ଜିଲ୍ଲା ଜୟପୁର ସହରର ପାଇଲ ସାହି ବାସିନ୍ଦା ରାଧାକୃଷ୍ଣ ମହାପାତ୍ରଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାଶ ହୋଇଛି । ସୂଚନାଯୋଗ୍ୟ ଯେ ଜୟପୁର ସହର ପାଇଲ ସାହି ବାସିନ୍ଦା ରାଧାକୃଷ୍ଣ ମହାପାତ୍ର ଗତ ରବିବାର ଦିନ ନିଜ ଘରୁ ବାହାରି ପଟ୍ଟାଙ୍ଗି ବ୍ଲକର ଦେଓପଟ୍ଟାଙ୍ଗି ଗ୍ରାମକୁ ନୀଳଗିରି କାଠ କିଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଯାହାକୁ ନେଇ ତାଙ୍କ ସ୍ତ୍ରୀ ରୂପ ମଞ୍ଜରୀ ମହାପାତ୍ର ପରିବାର ସଦାସ୍ୟ ଙ୍କ ସହ ଗତ ୧୧/୧୧/୨୪ ତାରିଖ ଦିନ ଜୟପୁର ଟାଉନ୍ ଥାନାରେ ନିଖୋଜ ରହିଥିବାକୁ ନେଇ ଲିଖିତ ଅଭିଯୋଗ କରିଥିଲେ। ଜୟପୁର ଟାଉନ୍ ଥାନା ତରଫରୁ ନିଖୋଜ କେସ ନମ୍ବର ୬୦/୧୧/୧୧/ ୨୪ ରୁଜ୍ଜୁ କରି ଖୋଜା,ଖୋଜି ଆରମ୍ଭ କରିଥିଲେ। ଏହାର ୪ ଦିନ ପରେ ତଥା ତା-୧୪ ନୋଭେମ୍ବର ୨୦୨୪ ରିଖ ଗୁରୁବାର ଦିନ ପଟ୍ଟାଙ୍ଗି ପୋଲିସ୍ ମୃତ କାଠ ବ୍ୟବସାୟୀଙ୍କ ଗଳିତ ଶବ ସୁଙ୍କି ଘାଟିରୁ ଉଦ୍ଧାର କରିଥିଲେ । ଏହି ମାମଲାରେ କୋରାପୁଟ ଏସ୍ ପି ରୋହିତ ବର୍ମାଙ୍କ ନିର୍ଦେଶନାରେ ସୁନାବେଡ଼ା ଏସଡିପିଓ ମୌନ ବ୍ରତା ଶତପଥୀଙ୍କ ତତ୍ତ୍ୱାବଧାନରେ ରାୟଗଡ଼ା ରୁ ଅନୁସନ୍ଧାନକାରୀ ଦଳ ଆସି ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ପୋଲିସ ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ତଦନ୍ତରୁ ଜଣାପଡିଥିଲା କି? ମହାପାତ୍ରଙ୍କୁ ହତ୍ୟା କରାଯିବା ପରେ ତାଙ୍କୁ ଶୁଙ୍କୀ ଘାଟି ତଳେ ଫିଙ୍ଗା ଯାଇଥିଲା। ଏହି ଘଟଣାରେ ଜୟପୁର ଏବଂ ପଟ୍ଟାଙ୍ଗି ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ୪ଜଣଙ୍କୁ ଚିହ୍ନଟ କରି ପଟ୍ଟାଙ୍ଗି ଥାନାରେ ପଚରାଉଚରା ବେଳେ ଅଭିଯୁକ୍ତ ମାନେ ହତ୍ୟା କରି ଫୋପାଡି ଦେଇଥିବା କଥାକୁ ସ୍ଵିକାର କରିଥିଲେ। ସୁନାବେଡ଼ା ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ ମୃତ ମହାପାତ୍ର ଜଣେ କାଠ ବ୍ୟବସାୟୀ ଥିଲେ ସେ ପଟ୍ଟାଙ୍ଗି ଥାନା ଅଞ୍ଚଳରେ କାଠ ବ୍ୟବସାୟ କରୁଥିଲେ। ଦୁଇ କାଠ ବ୍ୟବସାୟୀଙ୍କ ସହ ତାଙ୍କର କିଛି ଟଙ୍କା ବାକି କାରବାରକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଘଟଣାଟି ଭିନ୍ନ ରୂପ ନେଇଥିଲା, ଶେଷରେ ମହାପାତ୍ରଙ୍କୁ ଦୁଇ ଅଭିଯୁକ୍ତ ହତ୍ୟା କରିଥିଲେ ପରେ ଅନ୍ୟ ତିନିଜଣ ସହଯୋଗୀଙ୍କ ସହ ମିଶି ସୁଙ୍କୀ ଘାଟିରେ ଫୋପାଡ଼ି ଦେଇଥିଲେ। ଅଭିଯକ୍ତମାନେ ହେଲେ ପଟ୍ଟାଙ୍ଗି ଅଞ୍ଚଳର ତ୍ରିପତୀ ସିଲପୁଡିଆ (୨୪),ନିର ସାରା (୨୪),ସାନ ସିଲପୁଡିଆ (୨୭), କାର୍ତ୍ତିକ ଗୁଣ୍ଡା (୩୫), ନରେନ୍ଦ୍ର ଓରଫ୍ ନରି ସର । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ମୃତକଙ୍କ ବାଇକ୍ ଓ ମୋବାଇଲ ଫୋନ୍ ଜବତ କରାଯାଇ କୋର୍ଟ କୁ ଚାଲାଣ କରାଯାଇଛି ବୋଲି ସୁନାବେଡ଼ା ଏସଡିପିଓ ମୌନାବତି ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ