କାଡାନାଳ ଅବରୋଧ ଘଟଣାରେ ତଦନ୍ତ କଲେ ଅଧିକାରୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଛୟାଳସିଂ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବାଇପୁର ମୌଜାରେ କାଡାନାଳ ଅବରୋଧ ଯୋଗୁ ପ୍ରାୟ ୩୦ ଏକର ଚାଷ ଜମି ଜଳମଗ୍ନ ହୋଇ ରୁଆଧାନ ନଷ୍ଟ ହେବା ସଂପର୍କରେ ଚାଷୀ ମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଗତ ଗୁରବାର ଅଭିଯୋଗ କରିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପରେ ଏସଂପର୍କରେ ମୁଖ୍ୟମନ୍ତ୍ରୀ, ଓଡିଶା ଜଳ ସମ୍ପଦ ବିଭାଗ, ଏସ୍‌.ଆର.ସି, ଓଡିଶା, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ବିଭାଗକୁ ଟୁଇଟର ମାଧ୍ୟମରେ ଅଭିଯୋଗ କରାଯାଇଥିଲା । ରବିବାର ଏହି ଘଟଣାରେ ଭଦ୍ରକ କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ଦେ ସଂପୃକ୍ତ ମୌଜାକୁ ପରିଦର୍ଶନରେ ଯାଇ ତଦନ୍ତ କରିଥିବା ଜଣାଯାଇଛି । ଦୀର୍ଘ ବର୍ଷ ହେବ ଉକ୍ତ ମୌଜାର କାଡା ନାଳ ମରାମତି ହୋଇନଥିବା ସଂପର୍କରେ କୌଣସି ଅଭିଯୋଗ କାଡା ଅଫିସରେ ହୋଇନଥିବା, ଧାନ ଅମଳ ପରେ ଖରା ଦିନ ହେଲେ ଉକ୍ତ କାଡାନାଳକୁ ତହସିଲ ମାଧ୍ୟମରେ ଚିହ୍ନଟ କରାଇବା, ମନରେଗା କିମ୍ବା କାଡା ଡିଭିଜନ ଅନୁଦାନରେ ମରାମତି କରାଯିବ ବୋଲି କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ସୂଚନା ମିଳିଛି । ବର୍ତ୍ତମାନ ପାଣି ନିଷ୍କାସନ କରି ଚଳିବା ପାଇଁ ସେ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ପରିଦର୍ଶନ ବେଳେ ସାହାଡାପଲ୍ଲୀ ପାଣି ପଞ୍ଚାୟତର ସଭାପତି ବଟକୃଷ୍ଣ ମହାନ୍ତି, ସଂପାଦକ ହୃଷିକେଶ ପାତ୍ର, କୋଷାଧ୍ୟକ୍ଷ ଭାସ୍କର ଚନ୍ଦ୍ର ଲେଙ୍କା, ଚାଷୀ ଯୁଧିଷ୍ଠିର ଯେନା, ରବିନ୍ଦ୍ର କୁମାର ପଣ୍ଡା, ହଳଧର ସାହୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ