କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଡାକ୍ତର ନିରାକର ଜେନାଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ପଶୁ ଚାଷ ନିମନ୍ତେ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ସୁଚିନ୍ତିତ ମତାମତ ଦେଇ ଆନ୍ତର୍ଜାତୀୟ ସ୍ତରରେ ନାଇଜେରିଆରୁ ୱାରଲଡ୍ ଜିନିୟସ୍ ରେକର୍ଡ ସମ୍ମାନ ପାଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଡାକ୍ତର ଜେନାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ସିଆରସିସି ମନୋଜ ରାଉଳ, ରାମେଶ୍ୱର ଭାରତୀଙ୍କ ସମେତ ପ୍ରଧାନ ଶିକ୍ଷକ, ସହ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ମାନେ ଉପସ୍ଥିତ ଥିଲେ ।