କାଦୁଆ ନଦୀ ସାହୁପଡା ସେତୁ ମରାମତି ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ଭିଲିଗ୍ରାମ ପଞ୍ଚାୟତ ର ସାହୁପଡା ଗ୍ରାମ ଠାରେ ଥିବା କାଦୁଆ ନଦୀ ସେତୁ ର ଉଭୟପାଶ୍ୱ ଦବି ଯାଇଥିବାରୁ ଏହାର ସୁରକ୍ଷା ଓ ମରାମତି ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ବିଧାୟକ ଙ୍କ ନିକଟରେ ଦାବି କରିଥିଲେ। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସେତୁ ର ମରାମତି, ଅପ୍ରୋଚ ରାସ୍ତା, ରାସ୍ତା ର ଦୁଇପାଶ୍ଵ ରେ ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ। ଏହି ସବୁ କାର୍ଯ୍ଯ ପାଇଁ ପ୍ରାୟ ୧୯ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଭିଲିଗ୍ରାମ ସରପଞ୍ଚ ଅରବିନ୍ଦ ମଳିକ, ସମିତି ସଭ୍ୟା ଧନି ମାଝି ପ୍ରମୁଖ ଉକ୍ତ ଶିଳାନ୍ୟାସ ଉତ୍ସବ ରେ ଯୋଗ ଦେଇଥିଲେ।


