ଚୈତ୍ରପୂର୍ଣ୍ଣିମା ଧୁମଧାମରେ ପାଳନ କଲେ କୈବର୍ତ୍ତ ସମ୍ପ୍ରଦାୟ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଚୈତ୍ର ପୂର୍ଣ୍ଣିମା ଓଡିଶାର ଏକ ଗଣପର୍ବ। ଚଇତି ପୁନେଇଁ ନାମରେ ଏହା ଖ୍ୟାତ। କୈବର୍ତ୍ତ ଜାତିର ଲୋକଙ୍କ ଦ୍ୱାରା ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ। କୈବର୍ତ୍ତ ମାନେ ଘୋଡ଼ାର ଏକ ଖୋଳ କରି ସେଥିରେ ପଶି ଘୋଡା ଚଢ଼ିବାର ଅଭିନୟ କରିଥାନ୍ତି। ଏହା ଚଇତି ଘୋଡା ନୃତ୍ୟ ନାମରେ ଜଣାଶୁଣା ପୂର୍ଣ୍ଣିମାର ପର୍ବ ଆଠ ଦିନ ଚଇତିପର୍ବ ପାଳନ କରାଯାଏ। ଏହି ପର୍ବରେ ଦିନରାତି ଭୋଜିଭାତ ନୃତ୍ୟ ଗୀତ ଆଦି କରିଥାନ୍ତି। ଘରର ପ୍ରତ୍ୟେକ ସଦସ୍ୟ ନୂଆ ବସ୍ତ୍ର ପରିଧାନ ପୂର୍ବକ ଏଥିରେ ଅଂଶ ଗ୍ରହଣ କରିଥାନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନଗର ପଂଚାୟତ ବାଲିଡିଆ, କାଳିଆକଣ, ନଗର, ଦକ୍ଷିଣ ପନ୍ତାଳ, ବାଲିପନ୍ତାଳ, ଆଳସାହି ପଂଚାୟତ ର ପାଟସୁନ୍ଦରପୁର, ଅସନ, ଆଳସାହି,ଛୁରିଆନା ପଂଚାୟତ ର ସହନ ଓ ନୂଆଗଡ ଅଞ୍ଚଳ ରହୁଥିବା କୈବର୍ତ୍ତ ମାନେ ଆନନ୍ଦ ଉଲ୍ଲାସ ସହ ପାଳନ କରୁଛନ୍ତି। ଏହା ସହ ବିଭିନ୍ନ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ