କାନପୁରରେ ଶାରଦୀୟ ଦୁର୍ଗାପୂଜା ଓ ରାବଣପୋଡି ଉତ୍ସବ
ହାଟଡ଼ିହି, : ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଠରେ ଶାରଦୀୟ ଦୁର୍ଗାପୂଜା ମହା ଆଡମ୍ବରପୁର୍ଣ୍ଣ ସହକାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ପଣ୍ଡିତ ରାମଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଯଥାରିତୀ ପୂଜାର୍ଚ୍ଚନା କରାଯାଇଥିବାବେଳେ ଦଶହରା ଦିନ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ପ୍ରତିଯୋଗୀତା କରାଯାଇଥିବାବେଳେ ଅଷ୍ଟମୀ ଦିନ ସାତଶଙ୍ଖର ଛୁଆବାବାଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ନିଳମଣି ଧଳ, ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ବସନ୍ତ ଧଳ, ଶତୃଘ୍ନ ମହାରଣା, ବସନ୍ତ କୁମାର ମହାରଣା, ୱାର୍ଡସଭ୍ୟ ଶତୃଘ୍ନ ରାଉତ, ପୁର୍ଣ୍ଣଚନ୍ଦ୍ର ଜେନା, ପ୍ରଦ୍ୟୁମ୍ନ ବେହେରା, ଅମର କୁମାର ଜେନା, ଉତ୍ତମ କୁମାର ବେହେରା, ବିଜୁ ଧଳ, ଉପେନ୍ଦ୍ର କୁମାର ବେହେରା, ଶଶିଭୂଷଣ ଜେନା, କମଳାକାନ୍ତ ଧଳ,ବିଶ୍ୱନାଥ ଖମାରୀ, ଶିବ ପ୍ରସାଦ ଖମାରୀ, ଉଦ୍ଧବ ବେହେରା, ରମେଶ ଚନ୍ଦ୍ର ରାଉତ, ଦେବାଶିଷ ରାଉତ, ବିଜୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।