କାନପୁରରେ ସାଳନ୍ଦୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ମୀନାବଜାର ଓ ଦୋଳୀର ମଜାନେଇଉଛନ୍ତି ଲୋକେ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାନପୁର ଗ୍ରାମରେ ଆରମ୍ଭ ହୋଇଥିବା ସାଳନ୍ଦୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବ୍ୟାପକ ଜନସମାଗମ ଦେଖିବାକୁ ମିଳିଛି । ଲୋକମାନେ ମୀନାବଜାର, ଓ ଦୋଳୀର ମଜା ଉଠାଉଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଛନ୍ତି । ଦ୍ୱିତୀୟ ସନ୍ଧ୍ୟାର ଉଦଘାଟକ ଭାବେ ବିରୋଧିଦଳ ଉପନେତା ମୋହନ ଚରଣ ମାଝୀ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ସମ୍ମାନୀତ ଅତିଥି ଭାବେ ନଦୀ ସୁରକ୍ଷା ସମିତିର ରାଜ୍ୟ ଆବାହକ ମହେଶ୍ୱର ସାହୁ, ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ବିଜେପିର ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଗୋପବନ୍ଧୁ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା ସୁନନ୍ଦାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଗାଁ ଗାଁରେ ଐତିହ. ସଂସ୍କୃତି, ଓ ପରମ୍ପରା ବଞ୍ଚି ରହିଲେ ଭାଇଚାରା ବଜାୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ବିଶ୍ୱରଞ୍ଜନ ପାଣିଗ୍ରାହୀ ବାର୍ଷିକ ବିରଣୀ ପାଠ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୌରାଙ୍ଗ ରାଉତ, କାବୁଲି ବେହେରା, ଶଙ୍ଖାଳି ରାଉଳ ମଞ୍ଚ ପରିଚାଳନା କରିଥିବାବେଳେ ସର୍ବେଶ୍ୱର ବେହେରା, ରଣଜିତ ଖମାରୀ, ଲମ୍ବୋଦର ଖମାରୀ, ଜୟା ମଣ୍ଡଳ, ଟୁଟୁ ଜେନା, ଜଗନ୍ନାଥ ଜେନା, ବିଜୟ ବେହେରା, ଗୌରାଙ୍ଗ ବାରିକ, ଶତୃୃଘ୍ନ ରାଉତ, ମଣ୍ଟୁ ରାଉତ, ଆନନ୍ଦ ଧଳ, ରୋହିତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ