କାନସୁକା ଗ୍ରାମରେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମି ପୂଜା

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକର ଗୌଡିଆ ବୋରଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମରେ ଗୋପାଳ ସମାଜ କୋଠଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଓ ଏକ ସାହିର ଫେବର ରୋଡ଼ ନିର୍ମାଣ ପାଇଁ ଭୂମିପୂଜା ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୧୦ ତାରିଖ ପବିତ୍ର ଗଣେଶ ଚତୁର୍ଥୀ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ବରୀ ଖଟେଇ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ସ୍ଥାନୀୟ ସରପଞ୍ଚ ବାବୁଲି ବେହେରା, ସମିତି ସଭ୍ୟ ଟୁନା ନାୟକ, ଗୋଲାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ, ବ୍ଲକ ବିଜେଡି ଉପ ସଭାପତି କାହ୍ନୁ ଚରଣ ଭୂୟାଁ, ବୁଲୁ ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ