କାନ୍ଥରୁ ବାହାରିଲା ୮୦ହଜାର ମହୁମାଛି
ଥରେ ଭାବି ଦେଖନ୍ତୁ ତ ଆପଣ ଆପଣଙ୍କ ଘରେ ଏକା ଅଛନ୍ତି ଓ ଏମିତିରେ କୋଠରୀ ଭିତରୁ ଅଦ୍ଭୁତ ଶବ୍ଦମାନ ଆସିବା ଆରମ୍ଭ ହୋଇଯିବ, ଏପରି କ୍ଷେତ୍ରରେ ଆପଣ କ’ଣ କରିବେ ବୋଲି ଭାବୁଛନ୍ତି? ଏମିତି ଏକ ମାମଲା ସ୍ପେନରୁ ସାମ୍ନାକୁ ଆସିଛି । ଏଠାରେ ଗ୍ରେନେଡାରେ ରହୁଥିବା ଏକ ପରିବାର ସହିତ ଏମିତି କିଛି ହୋଇଥିଲା । ଏହି ଶବ୍ଦର ବାସ୍ତବତା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ । ଏହି ଦମ୍ପତ୍ତିଙ୍କ ସହିତ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।
ସ୍ପେନ୍ର ଏହି ଦମ୍ପତ୍ତି ବେଡରୁମ୍ରୁ ଆସୁଥିବା ଶବ୍ଦର ଯଥାସମ୍ଭବ ଯାଞ୍ଚ ଆରମ୍ଭ କରିଥିଲେ । ଏଥିରୁ ଜଣାପଡ଼ିଲା ଯେ ବାସ୍ତବରେ ବେଡରୁମ୍ କାନ୍ଥ ଭିତରୁ ଆସୁଥିବା ଶବ୍ଦ ମହୁମାଛିଗୁଡ଼ିକର ଥିଲା । ଏହା ପରେ ତୁରନ୍ତ ମହୁମାଛିି ପାଳୁଥିବା କର୍ମୀଙ୍କୁ ସମ୍ପର୍କ କରିଥିଲେ । ଖବର ପାଇ ସେମାନେ ଆସି ବେଡରୁମ୍ କାନ୍ଥ ଭାଙ୍ଗି ତା’ ଭିତରୁ ମହୁମାଛିକୁ ବାହାର କରିଥିଲେ । କାନ୍ଥ ଭିତରୁ ୮୦ହଜାର ସଂଖ୍ୟାରେ ମହୁମାଛି ଥିବା ଜଣାପଡ଼ିଛି ।