ପୋଲାଣ୍ଡରେ ପ୍ରଥମ: ଏକାଥରକେ ଜନ୍ମ ନେଲେ ୬ ଶିଶୁ
ପୋଲାଣ୍ଡର ଜଣେ ମହିଳା ଏକା ଥରକେ ସଫଳତାର ସହ ୬ ଜଣ ପିଲାଙ୍କୁ ଜନ୍ମ ଦେଇଛନ୍ତି । ସୋମବାର କ୍ରାକୋ ୟୁନିଭର୍ସିଟି ହସ୍ପିଟାଲ୍ରେ ଜନ୍ମ ଲାଭ କରିଥିବା ଏହି ୬ ଶିଶୁଙ୍କ ଓଜନ ପ୍ରାୟତଃ ୧ କିଲୋଗ୍ରାମ ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ଜାଣିବାକୁ ମିଳିଛି ।
ମହିଳାଙ୍କ ଗର୍ଭରୁ ୪ଟି ଶିଶୁ କନ୍ୟା ଓ ୨ଟି ଶିଶୁ ପୁତ୍ର ଜନ୍ମ ଲାଭ କରିଛନ୍ତି । ସେମାନଙ୍କ ଓଜନ ୮୯୦ ଗ୍ରାମରୁ ୧.୩ କିଲୋଗ୍ରାମ ଭିତରେ ରହିଛି । ୨୯ ସପ୍ତାହ ଗର୍ଭବତୀ ରହିବା ପରେ ମହିଳାଙ୍କର ଅପରେସନ୍ କରି ଏହି ପିଲାମାନଙ୍କ ପ୍ରସବ କରାଯାଇଛି । ମହିଳାଙ୍କ ପୂର୍ବରୁ ୨ ବର୍ଷର ଏକ ଶିଶୁ ପୁତ୍ର ଥିଲା । ସେ ଏକାଥରରେ ୬ ଜଣ ପିଲାଙ୍କୁ ଜନ୍ମ ଦେଇ ବେଶ୍ ଖୁସି ଅଛନ୍ତି । ମହିଳାଙ୍କ ଏପରି ପ୍ରସବ ନିହାତି ଭାବେ ବିରଳ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ବିଶ୍ୱର ଅନ୍ୟ ସ୍ଥାନରେ ଥିବା ତଦୂଦ୍ଧ୍ୱର୍ ଶିଶୁ ଗୋଟିଏ ମାଆ ପେଟରୁ ଏକା ସହ ଜନ୍ମ ଲାଭ କରିସାରିଥିଲେ ବି ପୋଲାଣ୍ଡ୍ରେ ଏହି ଘଟଣା ପ୍ରଥମ ।


