କାନ୍ଥ ଭୁଷୁଡି ମାଲିକ ସମେତ ଶ୍ରମିକ ମୃତ
ଯାଜପୁର (ଯୁଗାବ୍ଦ ନ୍ୟୁଜ୍୍) : ଜିଲ୍ଲା କୁଆଖିଆ ଥାନା ଗ୍ରାମରେ ଏକ ଅଭାବନୀୟ ଦୁଖଦ ଘଟଣା ଘଟିଛି । ପୁରୁଣା ମାଟି କାନ୍ଥ ଭୁଷୁୂଡି ଜଣେ ମାଲିକ ସମେତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାଲିକଙ୍କ ନାମ ବନମାଳୀ ( ୬୦) ଓ ଶ୍ରମିକ ଚନ୍ଦନ ଲେଙ୍କା (୨୫ ) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସୋମବାର ସକାଳେ କାମ କରୁଥିବା ବେଳେ ପୁରୁଣା ମାଟି କାନ୍ଥ ଭୁଷୁଡି ମାଲିକ ସମେତ ଶ୍ରମିକ ମୃତ ହୋଇଛନ୍ତି । ଏହା ସହ ଜଣେ ଶ୍ରମିକ ଆହାତ ହୋଇଥିବା ଜଣାପଡିଛି । ଆହାତ ଶ୍ରମିକ ଜଣକୁ ନିକଟସ୍ଥ ଧର୍ମଶାଳା ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।


