କାମନା ଦଣ୍ଡ ନୃତ୍ୟ ଉତ୍ସବ ପାଳନ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ପରି ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ କାମନା ଦଣ୍ଡ ନୃତ୍ୟ ପାଳିତ ହେଉଛି। ଏହି ପରିପେଖିରେ ଭବାନୀପାଟଣା ସହର ର ୧୪ଓ ୧୫ନମ୍ବର ୱାର୍ଡ ର ବାଘ ମୁଣ୍ଡା, ମୀନକେତନ ଗଳି, ପୁରୁଣା ପଡ଼ା ସ୍କୁଲ୍ ଛକ, ତ୍ରିଲୋଚନ ପ୍ରଧାନ(ହଂସୁରୁ) ଙ୍କ ବାସ ଗୃହ ନିକଟ ଓ ପ୍ରଦେଶ ପଡ଼ା ଆଦି ଠାରେ ଗତ ପାଞ୍ଚ ଦିନ ଧରି ନିୟମିତ ଭାବେ କାମନା ଦଣ୍ଡ ନୃତ୍ୟ ଉତ୍ସବ ପାଳନ ହୋଇ ଯାଇଛି। କଳାହାଣ୍ଡି ଜିଲ୍ଲା ମଦନ ରାମପୁର ଅଞ୍ଚଳ ର ୧୦ଗୋଟି ଦଳ ରୁ ତଳ ସାଗର ପଡ଼ା ଓ ଶୁଣ୍ଢି ପଡ଼ା ର ୨ଗୋଟି ଦଳ ଭବାନୀପାଟଣା କୁ ଖାଲି ପାଦରେ ଚାଲି ଚାଲି ଆସି ଏହି ସବୁ ସ୍ଥାନରେ କାମନା ଦଣ୍ଡ ନୃତ୍ୟ ଉତ୍ସବ ପାଳନ କରିଥିଲେ। ପ୍ରତିଦିନ ୧୦.୩୦ରେ ଧୂଳି ଦଣ୍ଡ, ୧୨.୩୦ରେ ଜଳ ଦଣ୍ଡ, ଏବଂ ରାତ୍ର ୧୦.୩୦ରେ ଅଗ୍ନୀ ଦଣ୍ଡ ଓ ସାଂସ୍କୃତିକ କାର୍ଯକ୍ରମ ମାନ କରାଯାଇଥିଲା । ଭକ୍ତ ମାନେ ମାଆ କାଳୀ ଓ ପ୍ରଭୁ ଙ୍କ ଉପାସକ ଅଟନ୍ତି। ଭକ୍ତ ମାନେ ପ୍ରଚଣ୍ଡ ଖରା ର ଧୂଳି ରେ ଶୟନ କରି ରହୁଥିଲେ। ବିଭିନ୍ନ ସ୍ଥାନରେ ଭକ୍ତ ଏବଂ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଅଗ୍ନି ଦଣ୍ଡ ଓ ସଂସ୍କୃତିକ କାର୍ଯକ୍ରମ ରାତ୍ର ଉଜାଗର ରହି ଦେଖିଥିବା ଜଣାଯାଇଛି। ସ୍କୁଲ୍ ଛକ ନିକଟରେ ମୁଖ୍ୟ ଅଶ୍ୱନି ପ୍ରଧାନ, କମ୍ଭୁ ପାଣି ପରିଛା, ଇନ୍ଦ୍ରମଣି ଡାକୁଆ ଏବଂ ତ୍ରିଲୋଚନ ପ୍ରଧାନ ଙ୍କ ଛକ ନିକଟରେ ବିକାଶ ପ୍ରଧାନ(ବୁଟା), ମନ ଡାକୁଆ , ଭଗବାନ ପ୍ରଧାନ ଙ୍କ ନେତୃତ୍ଵ ରେ ପଡ଼ା ର ସମସ୍ତ ଯୁବ ବର୍ଗ ସହଯୋଗ କରିଥିଲେ। ଦଣ୍ଡ ନୃତ୍ୟ ଗୁରୁ ଏବଂ ସହଯୋଗୀ ମାନେ ଅଞ୍ଚଳ ର ଶୁଭକାମନା କରିଥିଲେ।