କାର୍ତିକ ଶେଷ ସୋମବାରରେ ସତସଙ୍ଗ

ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ) : କାର୍ତ୍ତିକ ଶେଷ ସୋମବାର ଅବସରରେ ଗୋଷାଣିନୂଆଗାଁ ଦିବ୍ୟ ଜୀବନ ସଂଘ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଷ୍ଣୁ ସହସ୍ର ନାମ ପାଠ , ଗୀତା ପାଠ , ହନୁମାନ ଚାଳିଷା , ଗୁରୁସ୍ତ୍ରୋତ ଶ୍ରୀସୁକ୍ତ ପରେ ଭଜନ କୀର୍ତ୍ତନ ପରେ ଦିବ୍ୟ ବାଣୀ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସହଦେବ ପାତ୍ର , ବାପି ସାହୁ , ରଘୁନାଥ ପାତ୍ର , ପ୍ରକାଶ ଚନ୍ଦ୍ର ଶତପଥୀ ପ୍ରମୁଖ ବହୁ ଭକ୍ତମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ