କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଅତୀତରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ଉତ୍କଳର ସାଧବପୁଅ ମାନେ ବେପାର ବଣିଜ କରିବା ପାଇଁ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓ ପ୍ରଭୁତି ଦେଶକୁ ସାତ ଦରିଆ ପାରି ହୋଇ ବର୍ଷ ବର୍ଷ ପରେ ଉତ୍କଳ ପ୍ରଦେଶକୁ ଫେରୁଥିଲେ।ଅତୀତର ନୌବାଣିଜ୍ୟର ସ୍ମୃତି ସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ ଏବେବି ଓଡ଼ିଶାର ଘରେ ଘରେ ଉଜ୍ଜୀବିତ ରହିଛି।ଧର୍ମ ଧାରାରେ ଉତ୍କଳୀୟ ପରମ୍ପରା ଅନୁଯାୟୀ ଏହି ମହାନ ଉତ୍ସବ ପାଳିତ ହେବା ସହ ସରକାରୀ ସ୍ତରରେ ଏହି ଐତିହାସିକ କୀର୍ତ୍ତିର ରୋମନ୍ଥନ ବି କରାଯାଇଛି।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୂଲ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ।ଗଞ୍ଜାମ ଜିଲ୍ଲାର ଏକମାତ୍ର ଲୋକକଳା ଗ୍ରାମ ତଥା ହିଞ୍ଜିଳିବ୍ଲକର ନନ୍ଦିକ ପଞ୍ଚାୟତରେ ଏକ ଭବ୍ୟ ପରିବେଶରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଛତ୍ରପୁର ରବି ନାରାୟଣ ବେହେରା, ଅବସରପ୍ରାପ୍ତ ସହକାରୀ ଜିଲ୍ଲା ସଂସ୍କୃତି ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶାଙ୍କ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଗଞ୍ଜାମ ଜିଲ୍ଲା ସଦସ୍ୟ ଆଲୋକ ବିଷୋୟୀ, ବେଗୁନିଆ ପଡା ସାଂସ୍କୃତିକ ସଂଘ ଉପସଭାପତି ମହେଶ୍ୱର ବରଡ଼,ଜଗଦୀଶ ପାଣିଗ୍ରାହୀ ଓ ସରପଞ୍ଚ ଲିଲିମାଳା ପ୍ରଧାନ ପ୍ରମୁଖ ମଞ୍ଚସିନ ଥିଲେ। ପ୍ରଦୀପ ପ୍ରଜ୍ବଳନ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ପରେ ଅତିଥି ବୃନ୍ଦଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବୋଇତ ବନ୍ଦାଣ, ହୁଳହୁଳି,ଝୋଟିଚିତା,ରଙ୍ଗୋଲି, ପିଠାପଣା ପ୍ରତିଯୋଗିତା,ଲକ୍ଷ୍ମୀ ପୁରାଣ ପଠନ ଓ ଓଡ଼ିଆଣି ବେଶ ଆଦି ସାମିଲ ହୋଇଥିଲା।ପରେ ଅତିଥିମାନେ ଗାଁ ସାରା ପରିଭ୍ରମଣ କରି ଝୋଟିଚିତା ସମେତ ୬ଟି ପ୍ରତିଯୋଗିତାରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ କୃତୀ ପ୍ରତିଯୋଗୀଙ୍କୁ ସିଲ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଓ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ପିଇଓ ବାସୁଦେବ ବେହେରା,ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ଝା,ସୁପ୍ରଭା ପ୍ରଧାନ,ଏଏନ ଏମ ମାଧୁରୀ ପାଣିଗ୍ରାହୀ, ଏମ ଜିଆରଏସ ପ୍ରଫୁଲ କୁମାର ସାହୁ,ଗାଁ ସାଥି,ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ସହଯୋଗ କରିଥିଲେ।