ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ବିଧିବଦ୍ଧ ପ୍ରଚେଷ୍ଟା ଜାରୀ ରହିଛି । ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ପରିଣତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁକୋଟି ମୂଲ୍ୟର ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆବଶ୍ୟକ ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ତ୍ୱରିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ସେ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ ଆଲୋକୀକରଣ ଆଦି ଉନ୍ନୟନ କ୍ଷେତ୍ରରେ ଗୁରୁତ୍ୱାରୋପ କରିବା ସହ ଆବଶ୍ୟକ ଅନୁଯାୟୀ ପ୍ରାଥମିକତା ଦେବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଦୀର୍ଘ ୬ ମାସ ଧରି ରାଜ୍ୟ ଓ ଜିଲ୍ଲାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ଘନ ଘନ ଗ୍ରସ୍ତ କରି ମୋ ସରକାର ଓ ୫ଟି ସୂତ୍ରପାତ ଆଧାରରେ ବିକାଶ ପ୍ରକ୍ରିୟାକୁ ଅନୁଧ୍ୟାନ ଓ ସମୀକ୍ଷା ଜାରୀ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଭୀନିଲ କ୍ରୀଷ୍ଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତ କରିଛନ୍ତି । ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭୀନିଲ କ୍ରୀଷ୍ଣା, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ ସ୍ଥାନୀୟ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ପଞ୍ଚାୟତର ବହୁ ଜନ ପ୍ରତିନିଧି ମାନଙ୍କ ସହ ଆଞ୍ଚଳିକ ଉନ୍ନୟନ ସକାଶେ ଆବଶ୍ୟକ ଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ସମୟରେ ଉଭୟ ବ୍ଳକ ସମେତ ହିଞ୍ଜିଳିକାଟୁ ପୌରାଞ୍ଚଳର ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସଚିବ ସମୀକ୍ଷା କରିଥିଲେ । ପ୍ରକଳ୍ପ ଗୁଡ଼ିକର ଗୁଣାବତ୍ତା ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ପକ୍ଷରେ ଅଞ୍ଚଳର ବିକାଶ ନିମନ୍ତେ ଜନ ପ୍ରତିନିଧି ମାନେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ରଖିଥିଲେ। ଶେରଗଡ଼ ବ୍ଳକ ଗସ୍ତ ପରେ ହିଞ୍ଜିଳିକାଟୁ ଠାରେ ମଧ୍ୟାହ୍ନ ରେ ସଚିବ କ୍ରୀଷ୍ଣା ପହଞ୍ଚିଥିଲେ। ବ୍ଳକ ଅଫିସରେ ପହଞ୍ଚି କିଛି ଜନ ପ୍ରତିନିଧି ଓ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହ ରୁଦ୍ଧ କୋଠରୀରେ ଆଲୋଚନା କରିଥିଲେ। ସଚିବଙ୍କ ଗସ୍ତ ବେଳେ ଜିଲା ଏସପି ବ୍ରିଜେଶ କୁମାର ରାୟ , ଏଡିଏମ୍ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀ ପ୍ରତିନିଧି ଶରତ କୁମାର ମହାପାତ୍ର, ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ମ୍ୟୁନିସିପାଲିଟି ଇଓ ମନୋରଞ୍ଜନ ସାହୁ, ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ସୁରେନ୍ଦ୍ର ପ୍ରଧାନ,ଡି ବିଶ୍ବନାଥ, ଭୀମସେନ ବେହେରା, ମନୋଜ ସାବତ, ନୀଳମଣି ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ଶିବରାମ ଗଉଡ, ପବିତ୍ର ମୋହନ ପାଣିଗ୍ରାହୀ, କିରଣ ପଟ୍ଟନାୟକ,ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା, ସୁବାସ ପଲେଇ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ