କାର୍ତ୍ତିକ ଶେଷ ସୋମବାରରେ ବି ଦର୍ଶନ ଦେଲେନି ଶିବ; ଭିକାରୀର ଥାଳ ଶୂନ୍ୟ ପଡିଛି
ଗାଙ୍ଗପୁର,(ଶିବରାମ ଚୌଧୁରୀ): ଆଜି ଥିଲା ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର I ଏହି କାର୍ତ୍ତିକ ସୋମବାରରେ ପ୍ରତ୍ୟେକ ଶୈବା ପୀଠରେ ଲାଗି ରହିଥାଆନ୍ତା ଗହଳ ଚହଳ I କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସବୁ ଫିକା ପଡ଼ିଯାଇଛି I ଚଳିତ ବର୍ଷ କାର୍ତ୍ତିକ ମାସରେ ପାଞ୍ଚଟି ସୋମବାର ପଡିଥିବାରୁ ଭକ୍ତଙ୍କ ମନରେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଅଧିକ ଆଗ୍ରହ ଓ ଖୁସି ଥିଲା I କିନ୍ତୁ ଏହି ଖୁସିକୁ କରୋନା କଟକଣା ଫିକା କରିଦେଇଥିଲା I ଆଜି ବେଲଗୁଣ୍ଠା ଅଞ୍ଚଳର ଗାଙ୍ଗପୁରର ସ୍ଵପ୍ନେଶ୍ଵର ମନ୍ଦିର,ପାଲକଷଣ୍ଢା ନୀଳକଣ୍ଠେଶ୍ୱର ମନ୍ଦିର, ବିଞ୍ଝଗିରୀ ଶିବ ମନ୍ଦିର, ବୋରୀ ସିଦ୍ଧେଶ୍ଵର ମନ୍ଦିର, ମୁନିଗାଡ଼ି ଉତ୍ସବେଶ୍ୱର ମନ୍ଦିର, ସିଂହମର୍ଦ୍ଦନ , ଉସ୍ତପଲ୍ଲୀ, ବାରଟା, କେ. ନୂଆଁଗଡ, ବେଲଗୁଣ୍ଠା ପ୍ରଭୃତି ଶିବ ମନ୍ଦିରରେ ଭକ୍ତ ମାନେ ଆସି ଠାକୁରଙ୍କ ଦର୍ଶନ ନ ପାଇ ନିରାଶରେ ଫେରିଯାଉଥିବା ଦେଖିବାକୁ ମିଳିଛି I ଠାକୁର ଦର୍ଶନ ବନ୍ଦ ଯୋଗୁଁ ଏହାର ପ୍ରଭାବରେ ମନ୍ଦିରର ପୂଜକ ଏବଂ ମନ୍ଦିର ଆଗରେ ବସି ଦୀପ, ଫୁଲ, ବେଲପତ୍ର ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ବିକ୍ରି କରୁ୍ଥିବା ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡି ଯାଇଛି I ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ମନ୍ଦିର ଆଗରେ ଭିକ ମାଗି ଚଳୁଥିବା ଭିକାରିମାନେ I ଅନ୍ୟ ଦିନ ମାନଙ୍କ ଅପେକ୍ଷା କାର୍ତ୍ତିକ ମାସ ସୋମବାରେ ଅଧିକ ଭକ୍ତ ଆସୁଥିବାରୁ ସେମାନେ ବେଶ୍ ଦୁଇ ପଇସା ପାଇ ପାରୁଥିଲେ I କିନ୍ତୁ ଚଳିତ ବର୍ଷ ସେମାନଙ୍କ ଥାଳି ଖାଲି ପଡ଼ିଥିବା ଦେଖା ଯାଇଛି I