କାର୍ଯ୍ୟକ୍ଷମ ହୋଇପାରୁନି ହାଇମାଷ୍ଟ ଲାଇଟ

ହିଂଜିଳିକାଟୁ, (ଶେଷଦେବ ସାହୁ): ସାମୁଦ୍ରିକ ଝନ ‘ଫନି’ର ଆଶଙ୍କା ନେଇ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ସ୍ୱରୁପ ହିଂଜିଳିକକାଟୁ ପୌରାଂଚଳର ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ ଅଂଚଳରେ ଲାଗିଥିବା ବଡ଼ ବଡ଼ ହାଇମାଷ୍ଟ ଲାଇଟ ଗୁଡ଼ିକୁ ତଳକୁ ଓହ୍ଲାଇ ଦିଆଯାଇଥିଲା ଚିନ୍ତୁ ବାତ୍ୟା ଅତିକ୍ରମ କରିବାର ୮ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ସହରର ବହୁ ହାଇମାଷ୍ଟ ଲାଇଟକୁ ପୁନଃ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ । ଫଳରେ ଉକ୍ତ ଅଂଚଳରେ ରାତିରେ ଯାତାୟତରେ ଅସୁବିଧା ହେବା ସହ ଟ୍ରାଫିକ ସମସ୍ୟା ଦେଖାଯାଉଛି । ସାମୁଦ୍ରିକ ଝଡ଼ ଫନି ହିଂଜିଳିକାଟୁ ସହରରେ ବିଶେଷ କିଛି ପ୍ରଭାବ ପକାଇପାରିନଥିଲା । ବିପଦ ଟଳିଲା ପରେ ମଧ୍ୟ ସହରର ଲଗାଯାଇଥିବା ହାଇମାଷ୍ଟ ଲାଇଟ ଗୁଡ଼ିକୁ ଏ ଯାଏଁ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ । ହାଇମାଷ୍ଟ ଲାଇଟ ନଥିବା ଯୋଗୁଁ ସନ୍ଧ୍ୟା ହେଲେ ସଂପୃକ୍ତ ଅଂଚଳ ଗୁଡ଼ିକ ସମ୍ପୂଣ୍ଣ ଅନ୍ଧାର ହୋଇଯାଇଥାଏ । ଳଏହା ସହିତ ପଥଚାରୀଙ୍କ ପାଇଁ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଥାଏ । ଅନ୍ଧକାର ଯୋଗୁଁ ସଂପୃକ୍ତ ଅଂଚଳର ରାସ୍ତା କଡ଼ରେ ଥିବା ଦୋକାନୀମାନେ ମଧ୍ୟ ଅସୁବିଧା ଭୋଗିଥାନ୍ତି । ହାଇମାଷ୍ଟ ଲାଇଟ ଗୁଡ଼ିକ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବୀ ଜୋର ଧରୁଛି ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ