କାର୍ଯ୍ୟବନ୍ଦ ଆନ୍ଦୋଳନୁ ସ୍ଥଗିତ ରଖିଲା ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ/ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): କ୍ୟାଡ଼ର ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ ଦାବୀ ପ୍ରତି ସରକାରୀ ଅବହେଳା ପ୍ରତିବାଦରେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ପରିଦର୍ଶକ ମିଳିତ ମହାସଂଘ ଆହ୍ୱାନକ୍ରମେ ଓଡ଼ିଶାର ପ୍ରାୟ୧୫୦୦୦ ସ୍ୱାସ୍ଥ୍ୟକର୍ମୀ କଳା ବ୍ୟାଜ ପିନ୍ଧି କରୋନା ଟୀକାଦାନ କାର୍ଯ୍ୟକ୍ରମରେ ଗତ ୧୫.୧.୨୦୨୧ରିଖରୁ ପୂର୍ଣ୍ଣ ସହଯୋଗ କରୁଥିଲେ ମଧ୍ୟ ନିଜେ ଟୀକା ନେଇନଥିଲେ । ଗତ ୨୬.୧.୨୦୨୧ରିଖ ଦିନ ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ କୁମାର ପାଣିଗ୍ରାହୀଙ୍କ ସହ ରାଜ୍ୟ ପୁରୁଷ ସ୍ୱାସ୍ଥ୍ୟକର୍ମୀ ସଂଘ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ରାଜ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ସାଧାରଣ ସମ୍ପାଦକ ମମତା ନାୟକ, ରାଜ୍ୟ ସ୍ୱାସ୍ଥ୍ୟ ପରିଦର୍ଶକ ସଂଘ ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ଦାବୀ ପୂରଣ ନେଇ ସକରାତ୍ମକ ଆଲୋଚନା ପରେ ମହାସଂଘ ତରଫରୁ ଆସନ୍ତା ୦୧.୦୨.୨୦୨୧ରୁ ଡ଼ାକରା ଦିଆଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଏକମାସ ପାଇଁ ସ୍ଥଗିତ ରଖିବା ସହ ସମସ୍ତ ୧୫୦୦୦ ସ୍ୱାସ୍ଥ୍ୟକର୍ମୀ ସଂଘ କଳା ବ୍ୟାଜ ପ୍ରତ୍ୟାହାର କରି କରୋନା ଟୀକା ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ