କାର୍ଯ୍ୟଭାର ଗ୍ରହଣ କଲେ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଆଜି ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିଲାଗି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ସୋମନାଥ ଦାସ, କୌଶଲ୍ୟା ସେଠୀ, ସୁକାନ୍ତୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବ୍ଲକର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହିତ ଆଗାମି ପାଞ୍ଚବର୍ଷ ସୁରୁଖୁରୁରେ ପରିଚାଳନା କରିବାପାଇଁ ପରାମର୍ଶ ଦେଇଥିଲେ । ଜିପିଓ ନବିନ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଏହି ଉତ୍ସବରେ ପୁର୍ବ;ତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବିଜେଡି ନେତା ବିଜୟ କୁମାର ରାଉତ, ରବିନ୍ଦ୍ର କୁମାର ନାୟକ, ଅଭିମନ୍ୟୁ ସେଠୀ, ବିଶ୍ୱନାଥ ନାୟକ, ରବିନ୍ଦ୍ର କୁମାର ସାହୁ, ମାର୍କଣ୍ଡ ଚରଣ ଓଝା, ଚିତ୍ତରଞ୍ଜନ ପାତ୍ର, ସମିତିସଭ୍ୟ ରତିକାନ୍ତ ରାଉତ, ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ସଶ୍ମିତା ମହାପାତ୍ର, ଚିନ୍ମୟ କୁମାର ନାୟକ, ରବିନ୍ଦ୍ର କୁମାର ଜେନା, ବିଜୟ ମହାପାତ୍ରଙ୍କ ସମେତ ସମସ୍ତ ୩୧ଟିଯାକ ପଞ୍ଚାୟତର ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ସେଠୀ ପୁର୍ବରୁ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ହାଟଡିହି ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ହାଟଡିହି ବ୍ଲକର ବିଜେଡି ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।