କାର୍ଯ୍ୟଭାର ହସ୍ତାନ୍ତର ସମାରୋହ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ପ୍ରବାସୀ ଓଡିଆ ସମାଜ ଅବୁଧାବୀ ପୋସାର ନୂତନ ପରିଚାଳନା ସମିତିର କାର୍ଯ୍ୟଭାର ହସ୍ତାନ୍ତର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଭାରତୀୟ ସମାଜିକ ଏବଂ ସାଂସ୍କୃତିକ କେନ୍ଦ୍ର ଅବୁଧାବୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୋଷାର ସଭାପତି ସିତ ରାୟ, ସାଧାରଣ ସମ୍ପାଦକ ଅଜମୁଲ୍ ହକ୍ ଓ ଉପଦେଷ୍ଟା ଜ୍ଞାନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୋଷାର ନୂତନ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ନୂତନ କର୍ମକର୍ତ୍ତାମାନେ କାର୍ଯ୍ୟଭାର ଗ୍ରହଣ କରିବା ସହ ସମସ୍ତ ପୂର୍ବତନ ସଦସ୍ୟ ମାନଙ୍କୁ ତାଙ୍କର ପ୍ରଚେଷ୍ଟା, ଓଡିଆ ପ୍ରିତୀ ଓ ନିସ୍ୱାର୍ଥ କାର୍ଯ୍ୟପାଇଁ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ଏହି ପରମ୍ପରା ବଜାୟ ରଖିବାର ପ୍ରତିଶ୍ରୁତି ଦେଇ ବିଦାୟୀ କର୍ମକର୍ତ୍ତାଙ୍କୁ ସମ୍ମାନୀତ କରାଯାଇଥିଲା । ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଭାବେ ଦୀପକ କୁମାର ଦାସ, ଉପସଭାପତି ଭାବେ ପ୍ରସାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ଅନନ୍ତ ସିଂ, ସହସାଧାରଣ ସମ୍ପାଦକ ଭାବେ ଦିଲ୍ଲୀପ ଦାସ, କୋଷାଧ୍ୟକ୍ଷ ଭାବେ ସୁଷିମ୍ ଅମିତାଭ ସ୍ୱାଇଁ, କ୍ରୀଡା ଓ ସାମାଜିକ କଲ୍ୟାଣ ସମ୍ପାଦକ ଭାବେ ବିଶ୍ୱବିଜୟ ମହାନ୍ତି, ଉପଦେଷ୍ଟା ଭାବେ ସଂଜୀତ ରାଏ, ଜ୍ଞାନ ମହାନ୍ତି, ଅଜମୁଲ ହକ୍ ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିପରି ପରିଚାଳନା କମିଟିରେ ୬ ଜଣ ସଦସ୍ୟ ମନୋନୀତ ହୋଇଥିବା ବେଳେ କାର୍ଯ୍ୟ ନିର୍ବାହୀ କମିଟିରେ ସେକ୍ ଏହସାନ୍ ଅହମ୍ମଦ, କୂଳମଣି ପଟ୍ଟନାୟକ, ପାର୍ଥ ରାଏ, ପ୍ରସନ୍ନ୍ ନାୟକ ପ୍ରମୁଖ ୯ ଜଣ ମନୋନୀତ ହୋଇଛନ୍ତି ବୋଲି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ସେକ୍ ଏହସାନ୍ ଅହମ୍ମଦ ସୂଚନା ଦେଇଛନ୍ତି ।