କାର୍ଯ୍ୟରତ ପୋଲିସ ମାନଙ୍କୁ ପାଣି, ଚାହା, ବିସ୍କେଟ ବଣ୍ଟନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ମୁକାବିଲା ପାଇଁ ଜନସାଧାରଣ ଙ୍କୁ ସଚେତନ କରାଇ ଘରୁ ନ ବାହାରିବା ପାଇଁ ରାତିଦିନ ଏକ କରି କର୍ତ୍ତବ୍ୟ କରୁଥିବା ପୋଲିସ ଭାଇମାନଙ୍କୁ ବେଲଗୁଣ୍ଠା ପ୍ରେସ୍ କ୍ଲବ ତରଫରୁ ଚାହା,ବିସ୍କେଟ, ପାଣି, ଗ୍ଲୁକୋଜ ଯୋଗାଇ ଦିଆଯାଉଛି ।ଖରାବେଳେ ବିଭିନ୍ନ ଛକ ମାନଙ୍କରେ କାର୍ଯ୍ୟ ରତ ପୋଲିସ ଭାଇ ମାନଙ୍କୁ ପାଣି, ଗ୍ଲୁକୋଜ ଦିଆଯାଇଥିବା ବେଳେ ସଂଧ୍ୟା ସମୟରେ ଚାହା,ବିସ୍କେଟ ବଣ୍ଟନ କରାଯାଇ ସେମାନେ ମନୋବଳ ଦୃଢ଼ କରାଯାଉଛି । କରୋନା ପାଇଁ ଲକ୍ ଡାଉନ୍ ହୋଇଥିବାରୁ ଅଧିକ ସଦସ୍ୟ ନ ଯାଇ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଶିବରାମ ଚୌଧୁରୀ ,ସଚିନ୍ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ପୋଲିସ ଭାଇ ମାନଙ୍କୁ ଉତ୍ସାହିତ କରୁଛନ୍ତି ।ଅସମୟରେ ପୋଲିସ ଭାଇମାନଙ୍କ ପାଇଁ ସହଯୋଗ ଜାରି ରଖିଥିବାରୁ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ