କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ଲୁଟ
ଉଦଳା,(ରାଜୀବ ବେହେରା): ଗୋପବନ୍ଧୁ ନଗର ଅଧୀନ ରେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଏବଂ ଲୁଟ ଘଟଣା ରେ ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଜୋର ଧରିଛି l ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧୀନରେ ରେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀ ସରକାରୀ କାର୍ଯ୍ୟକୁ ଯୋଗ ଦେବାକୁ ଜାଇଥିବା ବେଳେ ଉକ୍ତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ଅନୁସାରେ ଗୋପବନ୍ଧୁ ନଗର ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସତ୍ୟଭାନୁ ସଦ୍ଧାର ସିଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ନିମନ୍ତେ କୁଆମରା ଆରପଟା ପଞ୍ଚାୟତକୁ ଯାଇଥିଲେ, ତେବେ ଅପରାହ୍ନ ସମୟରେ ସଦ୍ଧାର ସିଂ ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରି ଖାଇବା ପାଇଁ କଡ଼ଦା ଛକକୁ ଖାଇବାକୁ ଆସୁଥିବା ବେଳେ କିଛି ଲୋକ ମିଳିତ ଭାବେ ଶ୍ରୀ ସିଂଙ୍କ ଉପରକୁ ଅତର୍କୀତ ଆକ୍ରମଣ କରିଥିଲେ। ଆଉ ଜୋର ଜୋର ଜବରଦସ୍ତ ତାଙ୍କ ନିକଟରୁ ୨ ଗୋଟି ମୋବାଇଲ ଫୋନକୁ ଛଡାଇ ନେଇଛନ୍ତି । ପରବର୍ତ୍ତୀ ସମୟରେ ଶ୍ରୀ ସିଂଙ୍କୁ କୁଆମରା ଚିକିତ୍ସାକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା । ଘଟଣାକୁ ନେଇ କୁଆମରା ଫାଣ୍ଡିରେ ଏକ ଲିଖୂତ ଅଭିଯୋଗ ହୋଇଛି, ତେବେ ପୋଲିସ ର ତଦନ୍ତ ଜାରି ରହିଛି l