କାର୍ଯ୍ୟରେ ସହଯୋଗ କରୁନଥିବାରୁ ଓରାଳି ଜି ଆର ଏସଙ୍କ ବିରୁଦ୍ଧରେ ବିଡିଓଙ୍କୁ ଫେରାଦ ହେଲେ ପଞ୍ଚାୟତବାସୀ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଜିଆରଏସ  ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନଥିବାରୁ ଆଜି ଓରାଳି ପଞ୍ଚାୟତର କିଛି ବ୍ୟକ୍ତି ତାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଆରଏସ ମନୋଜ କୁମାର ମହାନ୍ତି ବିଡିଓଙ୍କୁ ଅବଗତ କରିଥିବାବେଳେ ଓରାଳି ପଞ୍ଚାୟତ ର ଅଧିବାସୀମାନେ ମଧ୍ୟ ବିଡିଓଙ୍କୁ ଏ ବାବଦରେ ଜଣାଇଛନ୍ତି । ପଞ୍ଚାୟତବାସୀଙ୍କ ଅଭିଯୋଗରୁ ରୁ ଜଣାଯାଇଛି ଯେ ଓରାଳି ପଞ୍ଚାୟତର ଜିଆରଏସ ମନୋଜ କୁମାର ମହାନ୍ତି ଗତ କିଛିମାସ ହେବ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉ ନାହାନ୍ତି । ବର୍ତ୍ତମାନ ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟର ଜିଓଟ୍ୟାଗ ମଧ୍ୟ କରୁନାହାନ୍ତି । ଯାହା ଫଳରେ ପଞ୍ଚାୟତ ରେ ମନରେଗା କାର୍ଯ୍ୟରେ ବାଧା ଉପୁଜୁଛି । ଏପରିକି କିଛି ଲୋକଙ୍କୁ ବାରମ୍ବାର ତାଙ୍କ ଘରକୁ ଡାକି ସେ ହଇରାଣ କରୁଛନ୍ତି । ଗତ କିଛିଦିନ ପୁର୍ବେ ଜିଆରଏସ ଜଣକ ମେଡିକାଲ ରେ ରହିବାରୁ   ଯନ୍ତ୍ରୀଙ୍କ ସହାୟକ ଜିଓଟ୍ୟାଗ କରୁଥିଲେ । ଏହାକୁ ନେଇ ଜିଆରଏସ ଜଣକ ଆଜି ସକାଳୁ ବ୍ଲକ ପରିସରରେ ଯନ୍ତ୍ରୀଙ୍କ ସହାୟକଙ୍କୁ ଗାଳିଗୁଲଜ କରି ଧମକ ଦେଇଥିଲା । ଏହା ଜାଣିବାପରେ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ କିଛି ଗ୍ରାମବାସୀ ଆସି ତାଙ୍କୁ ଏହାର କାରଣ ପଚାରିବା ସହିତ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେବାସହ ଠେଲାପେଲା ହୋଇଥିଲା । ଏହାକୁନେଇ ବ୍ଲକ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଆରଏସଙ୍କ କହିବାକଥା ଯେ ସେମାନେ ମୋତେ ଏକ ଜିଓ ଟ୍ୟାଗ କରିବାପାଇଁ ବାଧ୍ୟ କରିଥିଲେ । ମାତ୍ର ମୁଁ ମନା କରିବାରୁ ସେମାନେ ମୋ ସହିତ ପାଟିତୁଣ୍ଡ କରୁଛନ୍ତି ବୋଲି କହିଛନ୍ତି । ଉଭୟ ପକ୍ଷରୁ ଅଭିଯୋଗ ପାଇବାପରେ ବିଡିଓ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ