କାର୍ଯ୍ୟସ୍ଥଳୀରେ ଫ୍ଲର୍ଟିଂ କମ୍‌ କରିଥାଏ ଚାପ

ଅଫିସ୍‌ ଯାଉଥିବା ଲୋକଙ୍କ ପାଇଁ ଖୁସି ଖବର। ଏକ ଗବେଷଣା ଅନୁସାରେ ୱାର୍କପ୍ଲେସ୍‌ରେ ଏକ ସୀମା ମଧ୍ୟରେ ଫ୍ଲର୍ଟ କରିବା ମଧ୍ୟ ଅନେକ ଦୃଷ୍ଟିରୁ ଭଲ। ଏପରି କରିବା ଦ୍ବାରା ସହକର୍ମୀମାନେ ଆଟ୍ରାକ୍ଟିଭ୍‌, ସୋସାଲ କନେକ୍ଟେଡ୍‌ ଓ ପାୱାରଫୁଲ ଅନୁଭବ କରନ୍ତି। ଏପରି ଭାବେ ଅଫିସ୍‌ରେ ଚାକିରିର ଚାପ ମଧ୍ୟ କମ୍‌ ହୋଇଯାଏ।
ଫ୍ଲର୍ଟିଂ ଭଲ ଅନୁଭବ କରାଏ : ଏହାକୁ ନେଇ ତିନୋଟି ଭିନ୍ନ ଭିନ୍ନ ଗବେଷଣା ହୋଇଥିଲା। ଏହାର ନେତୃତ୍ବ ୱାଶିଂଟନ ଷ୍ଟେଟ୍‌ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଲିୟା ଶେପର୍ଡ ନେଇଥିଲେ। ଏହି ଗବେଷଣାରୁ ଜଣାପଡ଼ିଥିଲା ନନ୍ ହାରାସିଙ୍ଗ ସୋସାଲ ସେକ୍ସୁଆଲ ବିହେବିଅର (ଯାହାକୁ ଫ୍ଲର୍ଟିଂ) ବୋଲି କୁହାଯାଏ, ଯଦି ଏହାକୁ ଏନ୍‌ଜୟ କରିବେ, ତେବେ ଏହା ଆପଣଙ୍କୁ ବହୁତ ମାତ୍ରାରେ ଭଲ ଅନୁଭବ କରାଇବା ସହିତ ଚାପରୁ ଦୂରେଇ ରଖିଥାଏ।
ଗବେଷଣାରେ ପଜିଟିଭ୍‌ ଫଳାଫଳ : ଅର୍ଗାନାଇଜେସନ୍‌ ବିହେବିଅର ଏଣ୍ଡ ହ୍ୟୁମାନ୍‌ ଡିସିସନ୍‌ ପ୍ରୋସେସ ଜର୍ଣ୍ଣାଲରେ ଗବେଷଣାରେ ଫଳାଫଳ ପ୍ରକାଶିତ ହୋଇଛି। କାର୍ଯ୍ୟସ୍ଥଳୀରେ ଫ୍ଲର୍ଟ କରିବା ଦ୍ବାରା ପଜେଟିଭ୍‌ ରେଜେଲ୍ଟ ମିଳିଥାଏ। ଯାହା ଚାପସ୍ତରକୁ କମ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ଗବେଷଣାକୁ ପ୍ରମାଣିତ କରିବା ଲାଗି ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ୟୁଏସ୍‌, କାନାଡ଼ା ଓ ଫିଲିପାଇନ୍ସର କର୍ମଚାରୀଙ୍କୁ ନିଆଯାଇଥିଲା।
ଲଭର୍ସ ଭିତରେ ଫ୍ଲର୍ଟିଂ ଜରୁରୀ ନୁହେଁ : ଗବେଷଣା ଫଳାଫଳରେ କୁହାଯାଇଛି ଯେ ସବୁଠାରୁ ଖାସ୍‌ କଥା ହେଉଛି, ଲଭର୍ସଙ୍କ ମଧ୍ୟରେ ଫ୍ଲର୍ଟିଂ ହେବା ଜରୁରୀ ନୁହେଁ। ଅପୋଜିଟ୍‌ ସେକ୍ସ ସହିତ ଯାହାର ନର୍ମାଲ ଆଟାଚମେଣ୍ଟ ରହିଛି, ତାଙ୍କ ସହିତ ମଧ୍ୟ ହେଲ୍‌ଦି ଫ୍ଲର୍ଟ କରିବା ଫଳରେ ଖୁସି ମିଳିଥାଏ।
ସେକ୍ସୁଆଲ ଜୋକ୍ସ ଓ ଫ୍ଲର୍ଟିଂରେ ରହିଛି ଫରକ : ସୋସାଲ ସେକ୍ସୁଆଲ ବିହେବିଅରର ଦୁଇଟି ତରିକା ମଧ୍ୟ ସାମ୍ନାକୁ ଆସିଛି। ପ୍ରଥମଟି ହେଉଛି ଫ୍ଲର୍ଟେସନ୍‌ ଓ ଅନ୍ୟଟି ହେଉଛି ସେକ୍ସୁଆଲ ଷ୍ଟୋରିଜ୍‌ ଶୁଣାଇବା (ନିଜର ଅତୀତର ସେକ୍ସ ଅନୁଭବ କିମ୍ବା ଅଶ୍ଳୀଳ ଜୋକ୍ସ)। ଗବେଷଣାରୁ ଜଣାପଡ଼ିଛି ଯେ ଅଫିସ୍‌ରେ ଯେଉଁ ଲୋକେ ଫ୍ଲର୍ଟକୁ ଉପଭୋଗ କରୁଛନ୍ତି, ସେମାନେ କାର୍ଯ୍ୟସ୍ଥଳୀରେ ହେଉଥିବା ଅନ୍ୟାୟରେ ପ୍ରଭାବିତ ହୋଇ ନ ଥାନ୍ତି। ସେମାନଙ୍କର ଟେନ୍‌ସନ ଓ ନିଦ ନ ହେବା ଭଳି ସମସ୍ୟା ହୋଇ ନ ଥାଏ। ଏଥିସହିତ ଗବେଷଣାରୁ ଜଣାପଡ଼ିଛି ଯେ ଯେତେବେଳେ ସେମାନଙ୍କ ବସ୍‌ କିମ୍ବା ଅଥରିଟି ସେମାନଙ୍କ ସହ ଫ୍ଲର୍ଟ କରିଥାନ୍ତି, ତାହା ସେମାନଙ୍କୁ ପସନ୍ଦ ଆସି ନ ଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ