କାର୍ଯ୍ୟାଳୟ ଭିତରେ ପଶି ମହିଳା ଆର. ଆଇ ଙ୍କୁ ହାଣିଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କାର୍ଯ୍ୟାଳୟ ଭିତରେ ପଶି ମହିଳା ରାଜସ୍ଵ ନିରୀକ୍ଷକ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧିନ ଆନନ୍ଦପୁର ରାଜସ୍ଵ କାର୍ଯ୍ୟାଳୟ ପରିସରରେ । ଆନନ୍ଦପୁର ରାଜସ୍ଵ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ କାର୍ଯ୍ୟାଳୟ ରେ ଥିବା ବେଳେ ଆନନ୍ଦପୁର ଥାନା ବାଙ୍ଖିଡି ଗ୍ରାମ ର ଗୋବିନ୍ଦ ଜେନା କାର୍ଯ୍ୟାଳୟ ଭିତରେ ପଶି ଏକ ମାରଣାସ୍ତ୍ର ରେ ତାଙ୍କୁ ଆକ୍ରମଣ କରିଥିଲେ । କର୍ମଚାରୀ ମାନେ ସୀମା ଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅଭିଯୁକ୍ତ ଗୋବିନ୍ଦ କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଡାକ୍ତରଖାନା ପହଞ୍ଚି ଏହି ଘଟଣା କୁ ନିନ୍ଦା କରିଛନ୍ତି । ଅନ୍ୟ ପକ୍ଷରେ ଗୋବିନ୍ଦଙ୍କ ଦଖଲଭୁକ୍ତ ଜମିକୁ ଅନ୍ୟ ନାମରେ କରିଦେଇଥିବା ରୁ ସେ ଆର,ଆଇ ଙ୍କୁ ଆକ୍ରମଣ କରିଥିବା କଥା ଗୋବିନ୍ଦ ଗଣମାଧ୍ୟମକୁ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ