କାର୍ରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍): ବାଣିଗୋଛା ଥାନା ଅନ୍ତର୍ଗତ କେନ୍ଦୁପତ୍ର ଫଡି ସମ୍ମୁଖରେ ଥିବା ଏକ କାର୍ ମଧ୍ୟରୁ ସନ୍ଦେହଜନକ ଅବସ୍ଥାରେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ବ୍ୟକ୍ତି ଜଣଙ୍କ ବୈାଦ୍ଧ ଜିଲ୍ଲା କୁଶଙ୍ଗ ଅନ୍ତର୍ଗତ କୁମାରୀ (ସାଂପୁର) ଗ୍ରାମର ଜଗନ୍ନାଥ ପ୍ରଧାନ(୩୫) । ଆଜି ଭୋରୁ (ଓଆର୍ ୦୫ ଏଏଲ୍ ୨୪୯୯) ବୋଲେରୋ କାର୍ଟି ପତ୍ରଫଡି ସମ୍ମୁଖରେ ରହିଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ । ଦୀର୍ଘ ସମୟ ଧରି କାର୍ଟି ସେଠାରେ ରହିବା ପରେ ମଧ୍ୟାହ୍ନରେ କିଛି ବ୍ୟକ୍ତି ବୋଲେରୋ ନିକଟକୁ ଯାଇଥିଲେ । ଗାଡି ମଧ୍ୟରେ ଶୋଇ ରହିଥିବା ଡ୍ରାଇଭର ଜଗନ୍ନାଥଙ୍କୁ ଡାକିବାରୁ ସେ ଉଠିନଥିଲେ । ଏହାପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରିଛି । ଖବରପାଇ ପରିବାର ଲୋକ ପହଞ୍ଚି ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ଏକ ବିବାହ ଉତ୍ସବର ବରଯାତ୍ରୀଙ୍କୁ ଧରି କୁଶଙ୍ଗରୁ ଚକାପାଦ ଅଞ୍ଚଳକୁ ଜଗନ୍ନାଥ ଆସିଥିଲେ । ମାତ୍ର ବରଯାତ୍ରୀ ଗାଡି ନପାଇ ଅନ୍ୟ ଗାଡିରେ ଘରକୁ ଫେରିଥିବା ବେଳେ ପୁଲିସ ଠାରୁ ପରିବାର ଲୋକ ଖବର ପାଇଛନ୍ତି । କେହି ତାଙ୍କୁ ମାରିଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ