କାର ଦୁର୍ଘଟଣାଗ୍ରସ୍ତରେ ଜଣେ ଗୁରୁତର

କୋଦଳା , (ଯୁଗାଦ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାସ୍ଥିତ କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗି ଗ୍ରାମରେ ସୋମବାର ଏକ କାର(ଓଡ଼ି-୦୨-ଏଏ-୨୬୮୧) ଦୁର୍ଘଟଣା ଘଟିଛି । ସୁଚନାଯୋଗ୍ୟ ,ଭୁବନେଶ୍ୱରରୁ ଆସିକା ଅଭିମୁଖେ ଯାଉଥିବା କାରଟି ଭାରସାମ୍ୟ ହରାଇ ସକାଳ ୪:୦୦ ରେ ରାସ୍ତା ପାର୍ଶ୍ଵରେ ଥିବା ଏକ ନଳକୂପକୁ ବାଡେଇଥିଲା, ଫଳରେ ନଳକୂପଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ନଳକୂପ ନିକଟରେ ଥିବା ଜଣେ ସ୍ତ୍ରୀଲୋକ ଉଲି ପାଳ(୫୭) ମୁଣ୍ଡରେ ଆଘାତ ଲାଗି ଗୁରୁତର ହେବା ସହ କାର ଚାଳକ ଆହତ ହୋଇଛନ୍ତି । ପ୍ରଥମେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ