କାର ଧକ୍କାରେ ବାଇକ ଚାଳକ ଗୁରୁତର 

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅଧୀନ ପାଲିଆ ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ବାଇକ୍ କୁ ଗୋଟିଏ କାର ଧକ୍କା ଦେଇଛି । ଫଳରେ ବାଇକ୍ ଚାଳକ ପାଲିଆ ଛତ୍ରପୁର ଗ୍ରାମର ଗୌତମ କୁମାର ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ପାଇ ଛତ୍ରପୁର ପୁଲିସ ଆହତ ଗୌତମକୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୂଚନାନୁସାରେ, ଓଡି୦୭-ଏବି-୭୭୯୯ ନମ୍ବର ବାଇକରେ ଗୌତମ ଛତ୍ରପୁରରୁ ଗାଁକୁ ଫେରୁଥିବା ବେଳେ ମୟୁରଭଞ୍ଜରୁ ପୁନେ ଅଭିମୁଖେ ଥିବା ଏମ.ଏଚ୍‌.୧୨ –ଏଲ.ଭି-୬୨୨୧ ନମ୍ବର ଏକ କାର୍ ବାଇକକୁ ଧକ୍କା ଦେଇଥିଲା । ଯଦ୍ୱାରା ଗୌତମ ଗୁରୁତର ଆହତ ହୋଇଥିଲେ । ଛତ୍ରପୁର ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ