କାର ବାଇକ ମୁହଁମୁଁହି ଧକ୍କା ୩ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ କାଲି କାଶୀନଗର ପେଟ୍ରୋଲ ବାଙ୍କ ନିକଟ ରାଜ୍ୟ ସଡ଼କ ପଥ ଗୁଣୁପୁର ରୋଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଏକ କାର ଗୁଣୁପୁର ପଟ ରୁ ଯାଉଥିବାବେଳେ ଅପର ପାର୍ଶ୍ଵରୁ କାଶୀନଗର ବ୍ଲକ ଭୂପତି ଲକ୍ଷ୍ମୀ ପୁର ଗ୍ରାମର ଶ୍ରୀ କ୍ରିଷ୍ଣା ମୋହନ ଦାମୋଦର ତାଙ୍କ ଝିଅ ଓ ସ୍ତ୍ରୀ ଙ୍କୁ ଧରି ମୋଟର ସାଇକେଲ ରେ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି, ସମସ୍ତ ମୋଟର ସାଇକେଲ ଆରୋହୀ ଆହତ ହୋଇ ଚିକିତ୍ସା ହେଉଥିବା ଥାନା ଇନଚାର୍ଜ ମମତା ପଣ୍ଡା ସୂଚନା ଦେଇଛନ୍ତି । ଉଭୟ କାର ଓ ମୋଟର ସାଇକେଲ ଜବତ ହୋଇଛି, କାର ଚାଳକ ଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଶ୍ରୀମତୀ ପଣ୍ଡା କହିଛନ୍ତି । ଏହି ତଦନ୍ତରେ ଏ ଏସ ଏଇ ଶଙ୍କର ରାଓ ମଧ୍ୟ ସହଯୋଗ କରିଥିବା ଜଣା ପଡିଛି । ଗୁରୁତରଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି ।