କାଲିଠୁ ଖୋଲିବ ତାମ୍ପରା ଲେକ୍ ଭିୟୁ ପାର୍କ – ଜିଲ୍ଲାପାଳ
ଛତ୍ରପୁର, ( ଦେବଦତ୍ତ ମହାରଣା): ଛତ୍ରପୁର ଉପକଣ୍ଠ ତାମ୍ପରା ଲେକ ଭିୟୁ ପାର୍କ ସେପ୍ଟେମ୍ବର ୩ ତଥା ଶୁକ୍ରବାର ଦିନ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେବା ସହ ଏହାର ଦୁଇଟି ଫଟୋ ମଧ୍ୟ ଟୁଇଟ କରିଛନ୍ତି । କୋଭିଡ୍ କଟକଣା ଯୋଗୁଁ ଉଦଘାଟନ ପରଠାରୁ ତାମ୍ପରା ଲେକ ଭିୟୁ ପାର୍କ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ତେବେ କରୋନା କଟକଣା କୋହଳ ହେବା ପରଠାରୁ ତାମ୍ପରା ବୋଟିଂ ଚାଲିଛି । ମାତ୍ର ତାମ୍ପରା ଲେକ ଭିୟୁ ପାର୍କ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଉକ୍ତ ପାର୍କ ର ଚାଲିଥିବା ସମସ୍ତ ସୌଦର୍ଯ୍ୟ କାମ ସରିଯାଇଛି । ଏହା ଶୁକ୍ରବାର ଖୋଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।


