କାଲୁମାହା ରେ ପବିତ୍ର ମାଳାଜପର ରାଣୀ ପର୍ବ ପାଳନ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାଲୁମାହା ଠାରେ ପବିତ୍ର ମାଳାଜପର ରାଣୀ ପର୍ବ ପାଳନ ହୋଇଛି। ରାଇକିଆ ପାରିସ ମୂଖ୍ୟ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୈlରହିତରେ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସହ ଯାଜକ ପୁରୁଷୋତ୍ତମ ନାୟକ, ଯାଜକ ଜେରମ ନାୟକ, କାଶିୟନ ପ୍ରଧାନ ,ଯାଜକ ମନୋଜ ନାୟକ ,ଯାଜକ ଆନନ୍ଦ ପ୍ରଧାନ, ସୁଶାନ୍ତ ପ୍ରଧାନ ଯୋଗ ଦେଇ ପବିତ୍ର ବାଇବେଲ ପଠନ କରି ଅଞ୍ଚଳ ବାସୀ ଓ ବିଶ୍ବ ବାସିଙ୍କ ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କନଭେଣ୍ଟ୍ ର ସମସ୍ତ ସେବା ଭଗ୍ନି ଯୋଗଦେଇ ଥିଲେ। ଶିକ୍ଷକ ବିନୟ କୁମାର ସଭାସୁନ୍ଦରଙ୍କ ନେତ୍ବତରେ ଯୁବ ଗୋଷ୍ଠୀଙ୍କ ଦ୍ବାରା ଦିବ୍ଯଯଜ୍ଞ କାଳୀନ ଭକ୍ତି ସଙ୍ଗୀତ ଗାନ କରିଥିଲେ। ସନ୍ଧ୍ୟାରେ ରାଇକିଆ ପାରିସ ନିକଟସ୍ଥ ମଣ୍ଡଳୀ ଗୁଡ଼ିକ ର ଯୁବ ଗୋଷ୍ଠୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ରାଇକିଆ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ମୂଖ୍ୟ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ,ପୂଜା କମିଟି ସଭାପତି ସତ୍ୟବାନ୍ ପାତ୍ର, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ସମିତି ସଭ୍ୟ ପ୍ରଦିପ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ମାନେଶ୍ୱର ଦିଗାଲ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ କୁ ଜୟାନନ୍ଦ ନାୟକଙ୍କ ତତ୍ବାବଧାନରେ ଯୁବ ସଦସ୍ୟ ସହଯୋଗ କରିଥିଲେ। ବହୁ ସଂଖ୍ୟକ ଖ୍ରୀଷ୍ଟ ବିଶ୍ବାସୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ