କାଳକ୍ଷେପଣ ନୀତି ବିରୁଦ୍ଧରେ ଆସନ୍ତା ୭ ତାରିଖ ରୁ ପଞ୍ଚାୟତ ନିର୍ବାହୀ ଙ୍କ କଳାବ୍ୟାଚ ପରିଧାନ ନିଷ୍ପତି

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଜିଲ୍ଲା ପଞ୍ଚାୟତ ନିର୍ବାହୀ ବା ପିଇଓ ସଙ୍ଘ ତରଫରୁ କରଞ୍ଜିଆ ବ୍ଲକ କନଫରେନ୍ସ ହଲ ଠାରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସରକାରଙ୍କ କାଳକ୍ଷେପଣ ନୀତି ବିରୁଦ୍ଧରେ ଆସନ୍ତା ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ପିଇଓ ନିଜ ନିଜର କାର୍ଯ୍ୟ କ୍ଷେତ୍ରରେ କଳା ବ୍ୟାଜ ପରିଧାନ ସ୍ବରୂପ ପିଇଓ ମାନଙ୍କ ଦାବି ସମୂହ ପୂରଣ ପାଇଁ ପ୍ରଥମ ପଦକ୍ଷେପ ଘୋଷଣା କରିଥିଲେ । ଏହି ସମୟରେ ସରକାର ଯଦି ଏହାକୁ ସୁବିଚାର ସହ ଦାବି ପୂରଣ ନକରନ୍ତି ତେବେ ଆଗାମୀ ୧୫ ଦିନ ମଧ୍ୟରେ ପିଇଓ ସମୂହ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ବିଜ୍ଞପ୍ତି ରେ ପ୍ରକାଶ କରାଯାଇଛି ।ଉପସ୍ଥାପନ କରଯାଇଥିବା ଦାବୀ ଗୁଡିକ ହେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ (ସ୍ନାତକ) କରିବା ସହ ପେ ଲେବଲ ୠ ୨୧୭00/- ରୁ ପେ ଲେବଲ -୯ ର ୩୫୪00 /- ମଞ୍ଜୁର ପ୍ରଦାନ କରିବା ।ଦ୍ୱିତୀୟ ଦାବୀ :- ଦଶ ବର୍ଷ ଚାକିରି ପୂରଣ କରିଥିବା ପିଇଓ ସମୂହଙ୍କ ପାଇଁ ସ୍ବତନ୍ତ୍ର ପଦବୀ ସୃଷ୍ଟି କରି ଉଚ୍ଚତର ପେ ଲେବଲ ରେ ଅବସ୍ଥାପିତ କରାଯାଉ ଏବଂ ଜିପିଡ଼ିଓ ପଦବୀକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରିବା ଦାବି ରହିଅଛି । ଓ ଓପି ଆରଏସ କ୍ୟାଡରରେ ପିଇଓ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ଦାବୀ ରହିଛି ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତ, ଯୁଗ୍ମ ସମ୍ପାଦିକା ଦିବ୍ୟାଦର୍ଶନୀ ଖାଟୁଆ, କୋଷାଧକ୍ଷ ଉତ୍ତମ କୁମାର ବେହେରା, ମୁଖ୍ୟପରାମର୍ଶଦାତା ଗଙ୍ଗାଧର ଦାସ, କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲାର ଚାରିଟି ଉପଖଣ୍ଡ ସଭାପତି ସୁବ୍ରତ କୁମାର ପ୍ରଧାନ,ଜୟନାରାୟଣ କୁଣ୍ଡୁ, ରାଜେଶ କୁମାର କାଳନ୍ଦୀ, ଦିଲ୍ଲୀପ କୁମାର ମହାକୁଡ଼ ଙ୍କୁ ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ