କାଳବୈଶାଖୀ ରେ ପଡ଼ିଲା ଗଛ ଯାତାୟାତ ଠପ୍
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର ଜରଉ ଗ୍ରାମ ନିକଟରେ ଅପରାହ୍ନ ରେ କାଳବୈଶାଖୀ ପବନ ରେ ବିରାଟ ବଡ଼ ତେନ୍ତୁଳି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା I ଯାହାଦ୍ୱାରା ଦୁଇ ପାଶ୍ୱର୍ରେ ଅନେକ ଗାଡ଼ି ଅଟକି ରହିଥିଲା ବଡଗଡ ଓ ମୋହନା କୁ ଯୁଗାଯୋଗ ବିଛିନ ହୋଇଥିଲା I ଦୁଇ ଘଣ୍ଟା ପାଇଁ ଖବର ପାଇ ମୋହନା ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଏବଂ ତାଙ୍କ ଟିମ୍ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ I


