କାଳିଆକୁ ଝୁରୁଛନ୍ତି ୨ ବଡ଼ଭାଇ ଅଜିତ୍‍ ଓ ସତ୍ୟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଗତ ୩ ମାସ ତଳେ କଟକ ଯାଇ ଭେଟିଥିଲେ ଡ଼ାକ୍ତରଖାନାରେ । ଯେଉଁ କିଛି ଘଣ୍ଟା ସେଠାରେ ରହିଥିଲେ ସଂପୂର୍ଣ୍ଣ ସମୟ ବଡ଼ ଦୁଇଭାଇ ଅଜିତ୍‍ କହଁର ଓ ସତ୍ୟ କହଁର ବେଶ୍‍ ହସଖୁସିରେ ସମୟ କାଟିଥିଲେ ଜଗା-କାଳିଆ ସହିତ । ତେବେ ହଠାତ୍‍ ବୁଧବାର କାଳିଆର ମୃତ୍ୟୁ ହୋଇଥିବା ଖବର ପାଇ ସଂପୂର୍ଣ୍ଣଭାବେ ଭାଙ୍ଗିପଡ଼ିଛନ୍ତି ଅଜିତ୍‍ ଓ ସତ୍ୟ ସହିତ ଜେଜେବାପା ଓ ଜେଜେ ମାଆ । ବଡ଼ଭାଇ ଅଜିତ୍‍ ୭ମ ଶ୍ରେଣୀରେ ପଢୁଥିବା ବେଳେ ସାନଭାଇ ସତ୍ୟ ୪ର୍ଥ ଶ୍ରେଣୀରେ ପଢୁଛନ୍ତି । ସେମାନେ ଭାବିଥିଲେ ଜଗା-କାଳିଆ ଭଲ  ହୋଇ ଗାଁକୁ ଆସିବେ ଓ ବହୁ ମଜା କରିବେ କିନ୍ତୁ ତାହା କେବଳ ସ୍ୱପ୍ନ ହୋଇ ରହିଗଲା ଏହି ୨ ଭାଇଙ୍କ ପାଇଁ ବୋଲି ଆଜି ବାଉନି ବାଉନି କହିଛନ୍ତି। ଦିଲ୍ଲୀରୁ ଫେରିବା ପରେ ୨ ଭାଇ ଯାଇ ଗତ ୧୪ ମାସ ତଳେ ଭେଟିଥିଲେ ତାଙ୍କର ଜୋଡ଼ାମୁଣ୍ଡା ଭାଇ ଜଗା-କାଳିଆଙ୍କୁ । ଜନ୍ମର ନିଜର ୨ ସାନ ଭାଇଙ୍କୁ ଜୋଡ଼ାମୁଣ୍ଡରେ ଦେଖିଥିଲେ । କିନ୍ତୁ  ଅପରେସନ ପରେ ସେମାନେ ଅଲଗା ହୋଇଥିବାର ୨ ଭାଇ ଦେଖି ସଂପୂର୍ଣ୍ଣଭାବେ ଆତ୍ମ ବିଭୋର ହୋଇ ପଡିଥିଲେ। ନିଶ୍ଚିତ ଭାବେ ତାଙ୍କର ସାନଭାଇ ଭଲ ହୋଇ ଗାଁକୁ ଫେରିବେ ବୋଲି ବହୁ ଆଶାବ୍ୟକ୍ତ ମଧ୍ୟ କରିଥିଲେ। କିନ୍ତୁ ସବୁ ଓଲଟି ଯାଇଛି ବୋଲି କହିଥିଲା ବଡ଼ଭାଇ ଅଜିତ୍‍ । ସକାଳୁ  ସକାଳୁ ହଠାତ୍‍ ଘରେ ପାଖରେ ମହାପ୍ରଣାୟ ଗାଡ଼ି ପହଞ୍ଚିବା ପରେ ସେ କୋହ ସମ୍ଭାଳି ପାରିନଥିଲା । କେବେ ମଧ୍ୟ ସେ ଭାବିନଥିଲା ତାହାର ଭାଇକୁ ସେମାନେ ମୃତ ଅବସ୍ଥାର ଦେଖିବେ ବୋଲି । ଘରେ ମୃତହେଦ ପହଁଚିବା ପରେ ଦୁଇ ଭାଇ ଯେଉଁ ସମୟ ପର୍ଯ୍ୟନ୍ତ ଘରେ ଶବ ରହିଥିଲା ସେମାନେ ଶବକୁ ଛାଡ଼ି ଯାଉନଥିବାର ଦେଖାଯାଇଥିଲା। ବୁଝାସୁଝା କରିବା ପରେ କୋହ ସମ୍ଭାଳିବା ସହିତ ଭାଇର ସବ ଶତ୍କାର ପାଇଁ ସେ ମଧ୍ୟ ଯାଇଥିଲେ ଶ୍ମଶାନକୁ । ତେବେ ଝୁରି ହେଉଛନ୍ତି ଦୁଇଭାଇ ସ୍ୱର୍ଗତ କାଳିଆକୁ ଓ ଏବେ ଜଗାକୁ ନେଇ ସେମାନେ ଚିନ୍ତିତ ବୋଲି ମଧ୍ୟ ମତ ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ