କାଳିଆକୁ ନେଇ ୧୪ ଦିନରେ ଅକ୍ଷୟଙ୍କ ଅନଶନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କର ଜୀବିକାର ଉନ୍ନତି ପାଇଁ ରବି ଓ ଖରିଫରରେ ୧୦ ହଜାର ଲେଖାଏଁ ଦେବାକୁ କହି ପରେ ଏଥିରେ ୬୦ ପ୍ରତିଶତ ହ୍ରାସ କରି ୪ ହଜାର ଲେଖାଏଁ ବର୍ଷକୁ ଦେବାକୁ ଘୋଷଣା କରିବା ଅସତ୍ୟ ରାଜନୀତି ବିରୁଦ୍ଧରେ ଅକ୍ଷୟ କୁମାର ଚଳାଇଥିବା ସତ୍ୟାଗ୍ରହ ଆଜି ୧୪ ଦିନରେ ପହଞ୍ôଚଛି । ଉଭୟ ବିଜେପି, କଂଗ୍ରେସ, ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ ଏବଂ ଅନ୍ୟାନ୍ୟ ସଂଗଠନର ନେତୃବୃନ୍ଦ ଅକ୍ଷୟ କୁମାରଙ୍କୁ ଭେଟିଲା ପରେ ଆଜି ସଂଗଠନ ପକ୍ଷରୁ ୮ ତାରିଖ ସୁଦ୍ଧା ସରକାର ଶ୍ରୀ କୁମାରଙ୍କ ସହିତ ସକରାତ୍ମକ ଆଲୋଚନା ନକଲେ ଚଳିତମାସ ୯ ତାରିଖରେ ସବିନୟ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି । ଏକ ପ୍ରେସ୍ ବିବୃତ୍ତିରେ ଶ୍ରୀ କୁମାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆମେ ପଦଯାତ୍ରାରେ ପେନ୍ସନ ପାଇଁ ଭୁବନେଶ୍ୱରର ଦୁଇପଟରୁ ଆସିଲୁ । ଆପଣଙ୍କ ଅର୍ଥମନ୍ତ୍ରୀ ପେନ୍ସନ ସଂକ୍ରାନ୍ତରେ କ୍ୟାବିନେଟ ବୈଠକ ହୋଇ ନିଷ୍ପତ୍ତି ହେବ ବୋଲି ପ୍ରତିଶ୍ରୁତି ଦେଇ ବୈଠକ ଡ଼ାକିଲେ । ମାତ୍ର ପରେ ·ଷୀଙ୍କ ଜୀବନ ମରଣର ସ୍ୱାର୍ଥ ରକ୍ଷାର ·ଷୀ ପେନ୍ସନକୁ ଉପେକ୍ଷା କରି ଆପଣ କାଳିଆ ଯୋଜନା ଘୋଷଣା କଲେ । ଘୋଷଣା ସମୟରେ ଏହା ସବୁଠାରୁ ବଡ଼ ଯୋଜନା, ଭଲ ଯୋଜନା ଓ ଅତ୍ୟନ୍ତ ସ୍ୱଚ୍ଛାତାର ସହ ସମ୍ପାଦନା କରାଯିବ ବୋଲି କହିଥିଲେ । ମାତ୍ର ପରେ ଏଥିରେ ନାନା ଜାଲିଆତି, ବିସଙ୍ଗତି ଧରାପଡ଼ିଲା । ଆପଣ ତିନୋଟି ଘୋଷଣା ଖବରକାଗଜରେ ବ୍ୟାପକ ଭାବରେ କରୁଥିଲେ । କାଳିଆ ଯୋଜନାରେ ୭୦ ଲକ୍ଷ ·ଷୀ ଉପକୃତ ହେବେ, ଜଣେ ବି ଯୋଗ୍ୟ ·ଷୀ କାଳିଆ ଯୋଜନାରୁ ବଞ୍ôଚତ ହେବେନାହିଁ, କାଳିଆକୁ କେହି ବି ଅଟକାଇ ପାରିବେ ନାହିଁ ବୋଲି କହିଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଆପଣ ନିଜେ ଏହି ଯୋଜନାକୁ ବିକଳାଙ୍ଗ କରି ଏଥିରୁ ୬୦ ପ୍ରତିଶତ ଅର୍ଥ ହ୍ରାସ କରି ରାଜ୍ୟର ୭୦ ଭାଗ ଚଷା ସମାଜ ସହ ବଚନରେ ଅସତ୍ୟ ହୋଇ ବିଶ୍ୱାସଘାତକ କଲେ । ମୋର ଅନଶନ ଆପଣଙ୍କୁ ନୈତିକ ଭାବରେ ଆପଣଙ୍କର ସତ୍ୟ ବଚନର କାଏମ ରକ୍ଷା ଦାବିରେ । ମୋର ବିଶ୍ୱାସ ଥିଲା ଆପଣ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ହୋଇ ଏ ଦେଶରେ ଗାନ୍ଧୀଙ୍କ ଡ଼ାକରା ସତ୍ୟ ଓ ଅହିଂସା ରାସ୍ତାର ପଥିକ ହୋଇ ଏହି ଯୋଜନାକୁ ପୁନଃ ·ଲୁ କରିବା ପାଇଁ । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଅବଗତ କରାଯାଇ ୮ତାରିଖ ସନ୍ଧ୍ୟା ସୁଦ୍ଧା ସମୟସୀମା ଦିଆଯାଇଥିଲେ ହେଁ ଆଲୋଚନାକୁ ବିଭାଗୀୟ ମନ୍ତ୍ରୀ, ସଚିବ କେହି ନ ଆସିବାରୁ ୯ ତାରିଖରେ ସବିନୟ ଆଇନ୍ ଅମାନ୍ୟ ପାଇଁ ଘୋଷଣା କରାଯାଇଛି । ଆଜିର ଅନଶନସ୍ଥଳରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାର ଭାରତ, ଯୁବଛାତ୍ର ସଂଯୋଜକ  ମନୱାର ଅଲ୍ଲୀ, ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାସ, ଅଶ୍ୱିନୀ ଜେନା, ଭରତ ସ୍ୱାଇଁ, ରଣଜିତ ପଟ୍ଟନାୟକ, ରଞ୍ଜନ ପଟେଲ, ଦୀନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ