କାଳ କାଳକୁ
ଉତ୍ସବ ମାନେ ଆସନ୍ତି
ଶାଗୁଣାର ପିଠିରେ ଚଢି
ବଡ଼ ବଡ଼ ଦାନ୍ତ ଲଗାଇ
ଜିଭକୁ ଟହ ଟହ କରି
ପୃଥକ କରନ୍ତି
ପୃଥିବୀର ମଣିଷମାନଙ୍କୁ ll
ଉତ୍ସବ ମାନେ ଆସନ୍ତି
ନିଶାଦ୍ରବ୍ୟ ଧରି
ଅହଂକାରର ଆବରଣ ଧରି
କିଛି ମୁହୂର୍ତ୍ତ ହସାଇ
କିଛି ମନ୍ତ୍ର ଫୁଙକି ଦେଇ ଚାଲିଯାଆନ୍ତି
ପୃଥିବୀର ସବୁ ମଣିଷଙ୍କ ଆଦରର ସହ ଖେଳିବା ପାଇଁ ll
ସେମାନେ ଆସନ୍ତି
ଦଶହରା, ମହରମ ଓ
ବଡଦିନରେ !
ସେମାନେ ଆସନ୍ତି
ବେକମୁଣ୍ଡା ଆଉଁସି
ତଣ୍ଟି ଚିପନ୍ତି
ଅତ୍ୟାଚାର କରନ୍ତି
ନିରୀହ ମଣିଷଙ୍କ ଉପରେ ll
ମୋର ଅପେକ୍ଷା
ଗୋଟିଏ ଉତ୍ସବକୁ
ନୂଆ ପୃଥିବୀଟେ ତିଆରି ହେଉ
ହେ ମହାବାହୁ!
ଭାଙ୍ଗିଦେବ ପୃଥକ ଶବ୍ଦକୁ ll
ଆଦରର ସହ ପାଳନକରିବା
ଏହି ପର୍ବକୁ, ପ୍ରେରଣା ଦେବ
କାଳ କାଳକୁ ll
ଚିତ୍ତରଞ୍ଜନ ସାହୁ
ଗବେଷକ, ଫକୀରମୋହନ ବିଶ୍ୱବିଦ୍ୟାଳୟ
ଫୋନ – 6371213370